


ଚଣ୍ଡିଖୋଲ ୧୮/୩( କ ବ୍ୟୁ ) ଚଣ୍ଡିଖୋଲ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘ ର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ମୁଖ୍ୟ ଉପଦେଷ୍ଟା ଚନ୍ଦନ କୁମାର ନାୟକ ଙ୍କ ସଭାପତିତ୍ବ ଆୟୋଜିତ ସଭାରେ , ଟ୍ରକ୍ ମାଲିକ ମାନଙ୍କ ମଧ୍ୟରେ ଏକତା, ଭାଇଚାରା ରଖିବା ସହିତ ଆୟ ବ୍ୟୟ ର ହିସାବ କରାଯାଇ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା। ପରେ ବରିଷ୍ଟ ସଭ୍ୟ ପ୍ରମୋଦ କୁମାର ନାୟକ ଙ୍କ ସଂଯୋଜନାରେ ଆୟୋଜିତ କର୍ମକର୍ତା ମନୋନୟନରେ ସଭାପତି ଚନ୍ଦନ କୁମାର ନାୟକ, ଉପ ସଭାପତି ତିର୍ଥବାସୀ ନାୟକ, ସଂପାଦକ ସନ୍ତୋଷ କୁମାର ରାଉତ, ସହ ସମ୍ପାଦକ ପ୍ରଶାନ୍ତ କୁମାର ଜେନା,କୋଷାଧ୍ୟକ୍ଷ ସଞ୍ଜୀବ କୁମାର ବଳ ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ। ଶେଷରେ ବରିଷ୍ଟ ସଭ୍ୟ ନୃସିଂହ ଚରଣ ଓତା ଧନ୍ୟବାଦ୍ ଅର୍ପଣ କରିଥିଲେ।