ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୩୦ୟୁନିଟ୍ ରକ୍ତ ସଂଗ୍ରହ।

ଵଡଚଣା/ଚଣ୍ଡିଖୋଲ ୧୯/୩ (କ ବ୍ୟୁ ) : ବଡଚଣା ବ୍ଲକ୍ ଅନ୍ତର୍ଗତ ଧାନ ମଣ୍ଡଳ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରର ରାଷ୍ଟ୍ରୀୟ ନବ ବର୍ଷ ଉପଲକ୍ଷେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଥିଲା।ଏହି ଶିବିରରେ ୩୦ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏହି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର କୁ ଯାଜପୁର ଜିଲ୍ଲାର ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ଶତପଥୀ ଉଦଘାଟନ କରି ରକ୍ତଦାନ ଏକ ମହତ୍ ଦାନ, ଏହି ରକ୍ତ ଅନ୍ୟର ଜୀବନ ବଞ୍ଚାଇବା ସହିତ ଏହା ଏକ ପୂଣ୍ୟ କାର୍ଯ୍ୟ ବୋଲି କହିବା ସହିତ ଶିଶୁ ବିଦ୍ୟାମନ୍ଦିର ର ଗୁରୁଜୀ, ଗୁରୁମା ଓ ବିଦ୍ୟାମନ୍ଦିର ପରିଚାଳନା କମିଟି ର ଉଦ୍ୟମକୁ ପ୍ରଶଂସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ରବୀନ୍ଦ୍ର କୁମାର ମହାନ୍ତି, ସଂପାଦକ ସୌମ୍ୟ ପ୍ରକାଶ ଦାସ, ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ଜେନା ଗୁରୁଜୀ କ୍ଷୀରୋଦ ଚନ୍ଦ୍ର ଦାସ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୂମା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। କଟକ ସ୍ଥିତ ଇଣ୍ଡିଆନ ରେଡ୍ କ୍ରସ୍ ସୋସାଇଟିର କର୍ମଚାରୀ ମାନେ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ।



Leave a Reply

Your email address will not be published. Required fields are marked *