ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ଥିବା “ଜଙ୍ଗଲ ଅଧିକାର ଆଇନ ୨୦୦୬” ଗୋଷ୍ଠୀଗତ ଓ ବ୍ୟକ୍ତିଗତ ଶିରୋନାମା ପ୍ରଦାନ ବିଳମ୍ବ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଜ୍ଞାପନପତ୍ର

ରାଜଗାଙ୍ଗପୁର:- (କ ବ୍ୟୁ ) ୧୬ ମାର୍ଚ୍ଚ ୨୦୨୬ : -ସୋମବାର ଦିନ ଜିଲ୍ଲା ସ୍ତରୀୟ ଜଙ୍ଗଲ ଅଧିକାର କମିଟି, ସୁନ୍ଦରଗଡ଼ ତରଫ ରୁ ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ଥିବା “ଜଙ୍ଗଲ ଅଧିକାର ଆଇନ ୨୦୦୬” ଗୋଷ୍ଠୀଗତ ଓ ବ୍ୟକ୍ତିଗତ ଶିରୋନାମା ପ୍ରଦାନ ବିଳମ୍ବ ବିରୁଦ୍ଧରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଜ୍ଞାପନପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଜ୍ଞାପନପତ୍ର ଆଲବର୍ଟ କିଣ୍ଡୋଙ୍କ ଅଧ୍ୟକ୍ଷତାରେ ପ୍ରଦାନ କରାଯାଇଥିଲା । ଏହି ଜ୍ଞାପନରେ ଉଲେଖ୍ୟ କରାଯାଇଛି ଯେ IFR ,CFR ,CFRR କେତେ ବର୍ଷରୁ ପଡିରହିଛି ଏବଂ ଏହି ସବୁ ଦାବି କେବେ ସମାଧାନ କରାଯିବ । ତହସିଲ ଗୁଡିକରେ ଦାଖଲ କରାଯାଈଥିବା ଫର୍ମ ଙ୍କୁ କିଏ କେବେ ତଦାରଖ କରିବେ ଏବଂ ସମାଧାନ କରିବେ । ଯଦି ଏହି ସବୁ ଦାବି ଗୁଡିଙ୍କୁ ହଜିଯିବ କିମ୍ବା ନଷ୍ଟ ହୋଇଯିବ ତାହାଲେ ଏଥିପାଇଁ ଦାୟୀ କିଏ ରହିବ । ସମସ୍ତ ସଦସ୍ୟ ହାତରେ ପ୍ଲେ କାର୍ଡ଼ ଧରି ବିଭିନ୍ନ ସ୍ଲୋଗାନ୍ ଦେଇ ନିଜ ଦାବି ପୂରଣ ପାଇଁ ଅନୁରୋଧ କରିଥିଲେ ।
ଏଠାରେ ଉଲେଖ୍ୟଯୋଗ୍ୟ ଯେ ସୁନ୍ଦରଗଡ଼ ଜିଲ୍ଲା ସ୍ତରୀୟ ଜଙ୍ଗଲ ଅଧିକାର କମିଟିର ସଦସ୍ୟ, ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ହେବ ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଫର୍ମ ଆବେଦନ କରିଛୁ ସମସ୍ତ ତହସିଲ ରୁ ଉପଜିଲ୍ଲାପାଳ ଏବଂ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ସୁନ୍ଦରଗଡ଼, ପାନପୋଷ, ଏବଂ ବଣେଇରେ ହଜାର ହଜାର ବ୍ୟକ୍ତିଗତ ଶହ ଶହ ଗୋଷ୍ଠୀଗତ ଶିରୋନାମା ପାଇଁ ଆବେଦନ କରିଥିବା ବେଳେ ST & SC Development Deppt., Odisha Office Letter No.- 3872/ITDA(FRA) 23.09.2025 ଜରିଆରେ ସମସ୍ତ FRA ସେଲକୁ ବନ୍ଦ ନିର୍ଦେଶ ଦେବା ଆମ୍ବ ଆଦିବାସୀ ସମ୍ପ୍ରଦାୟକୁ ଗଭୀର ଆଘାତ ହେଇଛି ଐତିହାସିକ ଜଙ୍ଗଲ ଅଧିକାର ଆଇନ ୨୦୦୬ କୁ କୁଠାରାଘାତ ହଜାର ହଜାର ବ୍ୟକ୍ତିଗତ ଫର୍ମ ପଡ଼ି ରହିଥିବା ଏବଂ ଗୋଟିଏ ବି ଗୋଷ୍ଠୀଗତ ଶିରୋନାମା ମିଳି ନ ଥିବା ବେଳେ କର୍ମଚାରୀ ନିଯୁକ୍ତ ଦେବା ବଦଳରେ ପ୍ରତ୍ୟାହାର କରିବା
ବିଗତ “ମୋ ଜଙ୍ଗଲ ଜମି“ ଯୋଜନା ସମୟରେ ମୋଟ ବ୍ୟକ୍ତିଗତ -୫୭୮୩୨, ଗୋଷ୍ଠୀଗତ ଜଙ୍ଗଲ-୧୦୪୪ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାର -୧୦୪୪ ଏବଂ ପୂର୍ବରୁ ୨୪୩ ଗୋଟି ଗୋଷ୍ଠୀଗତ ଅଧିକାର ଡ଼ିଏଲସି ରେ ପଡିରହିଛି ।
(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *