
ବାରିପଦା/ଉଦଳା ୧୪/୦୩/୨୦୨୬ ( କ ବ୍ଯୁ ) : – ଉଦଳା ଠାରେ ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଏବଂ ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତି ରଥ କୁ ଭବ୍ୟ ସ୍ୱାଗତ କରାଯାଇଛି। ଶନିବାର ସନ୍ଧ୍ୟା ୭ ଘଟିକା ସମୟରେ ଏହି ରଥ ଉଦଳା ଥାନାଛକ ପେଟ୍ରୋଲ ପମ୍ପ ନିକଟରେ ପହଂଚିବା ପରେ ରାଲି ବଜାର ପରିକ୍ରମା କରି ଉଦଳା ହାଇସ୍କୁଲ ଛକ ନିକଟରେ ପହଞ୍ଚିଥିଲା। ସେଠାରେ ଏହି ରଥ କୁ ଉଦଳା ଆମେ ଭଞ୍ଜକଳାକାର, ୟୁନିକ ପ୍ରେସ କ୍ଲବ, ଉଦଳା ଏନଏସି ନଗରପାଳିକା ପ୍ରମିଳା ପଣ୍ଡାଙ୍କ ସମେତ ସ୍ଥାନୀୟ ଜନସାଧାରଣ ସ୍ୱାଗତ କରିଥିଲେ। ମୟୁରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ କଳା ସଂସ୍କୃତି ଐତିହ୍ୟ ଏବଂ ପର୍ଯ୍ୟଟନର ବିକାଶ ପାଇଁ ବଳାଙ୍ଗୀ ମହୋତ୍ସବ କମିଟି ପକ୍ଷରୁ ବିଗତ ୯ ବର୍ଷ ଧରି ଜିଲ୍ଲାର ଚାରି ଉପଖଣ୍ଡର ଅଧିବାସୀଙ୍କ ମଧ୍ୟରେ ସାଂସ୍କୃତିକ ସମନ୍ୱୟ ରକ୍ଷା ଏବଂ ଭାଇଚାରାର ପରମ୍ପରାକୁ ମଜଭୁତ କରିବା ଉଦେଶ୍ୟରେ ଏହି ଜ୍ୟୋତିରଥ ଜିଲ୍ଲା ପରିକ୍ରମା କରୁଛି। ବଳାଙ୍ଗୀ ମହୋତ୍ସବ କମିଟିର କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ଉପଦେଷ୍ଟା ନରେନ୍ଦ୍ର ମୋହନ ସେନାପତି, କୁମାରେଶ ନାୟକ, ରଂଜିତ ପଲେଇ ଏବଂ ଦିଲ୍ଲୀପ ପାତ୍ରଙ୍କ ସମେତ ମହୋତ୍ସବ କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ଏହି ରାଲିରେ ସାମିଲ ହୋଇଛନ୍ତି। ରବିବାର ଏହି ଜାଗରଣ ଯାତ୍ରା ଉଦଳା ରୁ ବାହାରି ଖୁଣ୍ଟା, ହରିପୁର ଗଡ଼, ବଡ଼ସାହି, ମାଣତ୍ରୀ, ପାଟୁଳିପୁରା, ବୈଶିଙ୍ଗା, ବେତନଟି, ଚିତ୍ରଡା, ମୋରଡା, ବାଘଡା, କୋଷ୍ଠା, ଶୁଳିଆପଦା, ଦେଉଳି ହୋଇ ବାରିପଦା ବାଲେଶ୍ଵର ଗୋଲେଇ ରେ ପହଂଚିବ। ଉଦଳା ଠାରେ ଏହି ଜ୍ୟୋତିରଥ କୁ ସ୍ୱାଗତ କରାଯିବା ସହିତ ଏକ ପଥପ୍ରାନ୍ତ ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ଭଞ୍ଜ କଳାକାର ସଦସ୍ୟ କ୍ଷୀରୋଦ ରଞ୍ଜନ ମହାନ୍ତି, ପ୍ରସନ୍ନ ଦାସଙ୍କ ସହିତ ୟୁନିକ ପ୍ରେସ କ୍ଲବ ସଭାପତି ଦୀନବନ୍ଧୁ ବାରିକ, ସର୍ବେଶ୍ୱର ମହାପାତ୍ର, ଶଶିକାନ୍ତ ମିଶ୍ର, ସନ୍ତୋଷ କୁମାର ବାଛିନି,ମୁନା ସାହା, ରବିନ ମହାନ୍ତି ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)