

ଚଣ୍ଡିଖୋଲ, ୧୫/୩(କ ବ୍ୟୁ)ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳ ହୁୟ ର ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ଙ୍କୁ ଗୁରୁ ଗୌରବ ସମ୍ମାନ ପ୍ରଦାନ କରାଯାଇଛି। ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ପ୍ରହରାଜପୁର ସ୍ଥିତ
କାମେଶ୍ୱର ସାହିତ୍ୟ ସଂସଦ ର ବାର୍ଷିକ ସାରସ୍ଵତ ଉତ୍ସବ ୨୦୨୬ ଅବସରରେ ପ୍ରାଧ୍ୟାପକ ମାହାଲା ଙ୍କୁ ଶିକ୍ଷା ର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ପରିବେଶବିତ୍ ତଥା କାମେଶ୍ଵର ସାହିତ୍ୟ ସଂସଦର ସଭାପତି ପ୍ରମୋଦ କୁମାର ଦାଶ ଙ୍କସଭାପତିତ୍ବ ରେ ଉଦଘାଟକ ଭାବେ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ,ପ୍ରାକ୍ତନ ନିର୍ଦ୍ଦେଶକ ଓଡିଆ ଭାଷା ପ୍ରତିଷ୍ଠାନ , ତଥା ତାମିଲନାଡୁ ତିରୁବନ୍ନାମଲାଇ ର ବୈଦିକ ବିଶ୍ଵବିଦ୍ୟାଳୟ ର କୁଳପତି ଡ ହରିହର କାନୁନଗୋ, ମୂଖ୍ୟ ଅତିଥି ଭାବେ ଓଡ଼ିଶାର ମହାମହିମ ରାଜ୍ୟପାଳ ଙ୍କ ସ୍ବତନ୍ତ୍ର କାର୍ଯ୍ୟାଳୟ ତଥା ହିନ୍ଦୀ ଅଧିକାରୀ ଡ ନାରାୟଣ ମୁଦୁଲି, ମୁଖ୍ୟ ବକ୍ତା ଭାବେ ରେଭେନ୍ସା ବିଶ୍ଵବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ବିଜୟଲକ୍ଷ୍ମୀ ଦାଶ, ବିଶିଷ୍ଟ ଅତିଥି ଭାବେ କିଟ୍ ବିଶ୍ୱବିଦ୍ୟାଳୟ ର ପ୍ରଫେସର୍ ଡ ବିଜୟା ବିଜେତା ନାୟକ, ବରେଣ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସହ ପ୍ରଫେସର୍ ଡ ସାରଦା ପ୍ରସାଦ ସାହୁ,ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଆରକ୍ଷୀ ଅଧିକ୍ଷକ ବୈକୁଣ୍ଠ ନାଥ ଦାସ, ବରେଣ୍ୟ ଅତିଥି ଭାବେ ପ୍ରାକ୍ତନ ଓଡ଼ିଶା ରାଜ୍ୟ ଅର୍ଥ ନିଗମ ସ୍ଵତନ୍ତ୍ର ପ୍ରଶାସନିକ ଅଧିକାରୀ କାହ୍ନୁ ଚରଣ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ଙ୍କୁ ଉତ୍ତରୀୟ,ପୁଷ୍ପଗୁଚ୍ଛ, ମାନପତ୍ର ଦେଇ ସମ୍ମାନିତ କରିଥଲେ। ଉତ୍ସବକୁ କାମେଶ୍ବର ସାହିତ୍ୟ ସଂସଦର ପ୍ରତିଷ୍ଠାତା ତଥା ସାହିତ୍ୟିକ କୁଳମଣୀ ସାହୁ ସଂଯୋଜନା କରିଥିଲେ।