ନିମିଷକେ ପାଉଁଶ ହୋଇଗଲା l

ଗାଇସିଲେଟ (କ. ବ୍ୟୁ )
ଆଜି ଜଣେ ନିରୀହ ଗରିବ ଲୋକର ଚାଲଘରରେ ଛେଳି ଗୁଡିକ ପୋଡ଼ିଗଲେ l ଘଟଣାଟି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟlବହାଲ ଗ୍ରାମ ପଞ୍ଚାୟତର ବ୍ରାହ୍ମଣମାଳ ଗ୍ରାମର ଶ୍ରୀ ଶୁକ୍ରୁ ସୁନା ପିତା – ରଘୁ ସୁନା l ଠିକ ମଧ୍ୟାହ୍ନ୍ନ ବାରଟା ବେଳେ ଶୁକ୍ରୁ ସୁନା ନିଜ ପୋଷା ଛେଳି ଚରାଇଆଣି ଘରେ ଭର୍ତି କରି ପଡୋଶୀ ଗାଁ ସମ୍ପର୍କୀୟ ଲୋକଙ୍କ ବାହାଘରକୁ ଯାଇଥିବା ବେଳେ ଜାଣିବାକୁ ପାଇଲେ ଘରେ ନିଆଁ ଲାଗି ଯାଇଛି l ବିଳମ୍ବ ନ କରି ପହଁଚିଲା ବେଳେ ଅଗ୍ନିଶମ ବାହିନୀ ଅlଶି ନିଆଁ ଲିଭlଇଥିଲେ l ଜାଣିବାକୁ ମିଳିଲା ଯେ ମହୁଲ ଫୁଲ ପାଇଁ ଲୋକେ କ୍ଷେତ ବିଲରେ ଥିବା ଘାସ ଓ ଆସନ ସଫା ପାଇଁ ନିଆଁ ଲଗେଇଲା ବେଳେ ତାହା ଘର ନିକଟରେ ଥିବା ପାଳ ଗଦାରେ ନିଆଁ ଲାଗି ଏପରିକାଣ୍ଡ ହୋଇଛି l ଯାହା ଫଳରେ ଲୋକର ଚାଲ ଛପର ଘର ହୋଇଥିବା ହେତୁ ନିମିଷକେ ପୋଡି ପାଉଁଶ ଯାଇଥିଲା l ଘରର ଗଛ ସାମଗ୍ରୀ ସହିତ ଅନେକ ଘର ବ୍ୟବହାରିକ ଜିନିଷ ସହିତ ଛେଳି ପାଞ୍ଚଟି ମଧ୍ୟ ପୋଡି ଯାଇଅଛି l ଶୁକ୍ରୁ ଜଣେ ଗରିବ ହୋଇଥିବାରୁ ବ୍ରାହ୍ମଣମାଲ ଗ୍ରାମବାସୀ ସାହାଯ୍ୟରେ ହାତ ବଢ଼ାଇଛନ୍ତି l ଶୁକ୍ରୁ ଦୁଃଖ ସହକାରେ ଗାଇସିଲେଟ ତହସିଲଦାରଙ୍କୁ ଅନେକ ଆପତ୍ତି ଜଣାଇଥିଲେ l ବିଚରାର ଛପର ଘର ପୋଡି ପାଉଁଶ ହେବାରୁନିରୁପାୟ ହୋଇଯାଇଛି l ଗ୍ରାମବାସୀ ତାପାଇଁ ଆବାସ ଘର ଓ କ୍ଷତି ସକାସେ ପାଞ୍ଚ ଲକ୍ଷ ସରକାରୀ ସାହାଯ୍ୟ ମିଳିବାକୁ ଗାଁ ଲୋକେ ଓ ଅଞ୍ଚଳ ତରଫରୁ ଆପତ୍ତି ଜଣାଇବା ଭଳି ସାହାଯ୍ୟ କରିଛନ୍ତି l ଦିନଦାୟଲ କଟାବାହାଲ ସରପଞ୍ଚ ଶ୍ରୀ ପଣ୍ଡା ବିଚରାର ଖାଇବା, ଓ ରହିବାର ସମସ୍ତ ସୁବ୍ୟବସ୍ଥା କରାଯିବ ବୋଲି ଆଶ୍ୱାସନା ଦେଇ ଯଥା ଶୀଘ୍ର ବ୍ୟବସ୍ଥା କରିଥିଲେ l ଯେଉଁ ଛେଳି ପୋଡି ମାରିଛି ଶୁକୃଙ୍କ ପ୍ରଥମ ପୁଞ୍ଜି ଥିବାରୁ ବିଶେଷ ଶୋକପ୍ରକାଶ କରୁଥିଲେ l ଉପଖଣ୍ଡରୁ ଫକର ଦୀପଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *