ନୟାଗଡରେ ସାଇବର୍ ଥାନା ଉଦଘାଟିତ ।

ନୟାଗଡ : ରାଜ୍ଯର ୨୦ଟି ଜିଲ୍ଲାରେ ୨୪ଟି ସାଇବର୍ ଥାନା ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ସାହା ଲୋକାର୍ପଣ କରିଛନ୍ତି । ଏହିକ୍ରମରେ ଆଜି ନୟାଗଡ ଜିଲ୍ଲାରେ ପ୍ରଥମ ସାଇବର୍ ଥାନା ଉଦଘାଟିତ ହୋଇଛି । ଏହି ଅବସରରେ ଆୟୋଜିତ ସଭାରେ ଏସପି ଏସ୍ ସୁଶ୍ରୀ , ଅତିରିକ୍ତ ଏସ୍ ପି ଏବଂ ଜିଲ୍ଲାର ବହୁ ପୋଲିସ ଅଧିକାରୀ ଯୋଗଦେଇଥିଲେ । ନୟାଗଡ ସାଇବର୍ ଥାନାରେ ଜଣେ ଡିଏସପି , ୩ଜଣ ଇନ୍ସପେକ୍ଟର, ୪ଜଣ ସବ୍ ଇନ୍ସପେକ୍ଟର ଏବଂ ଅନ୍ଯ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଜିଲ୍ଲାରେ ହେଉଥିବା ସାଇବର୍ ଅପରାଧକୁ ରୋକିବା ସହ ଲୋକଙ୍କୁ ସଚେତନ କରିବାପାଇଁ ଏହି ଥାନା ସହାୟକ ହେବ ବୋଲି ଏସପି କହିଛନ୍ତି । ଏହାସହିତ ଲୋକମାନେ ମଧ୍ଯ ସଚେତନ ହେବା ସହ ପୋଲିସକୁ ସହଯୋଗ କରିବାପାଇଁ ସେ ଅନୁରୋଧ କରିଛନ୍ତି । ଜିଲ୍ଲାରେ ଥିବା ମ୍ଯୁଲ୍ ଆକାଉଣ୍ଟ ଏବଂ ଏହାକୁ ଚଳାଉଥିବା ଦଲାଲଙ୍କୁ ଧରିବାପାଇଁ ସାଇବର ପୋଲିସ କାର୍ଯ୍ଯ କରିବ ବୋଲି ସେ କହିଛନ୍ତି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *