ସ୍ତ୍ରୀ ହତ୍ୟା ଓ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଦୋଷୀକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ।

  ଚଣ୍ଡିଖୋଲ,ତା ୩୦/୭ (କ.ଵ୍ୟୁ)(ପ୍ରଶାନ୍ତ କୁମାର ଜେନା)

: ଚଣ୍ଡିଖୋଲ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଏକ ଫୌଜଦାରୀ ମାମଲାର ବିଚାର କରି ଘଟଣାରେ ସମ୍ପୃକ୍ତ ମୁଦାଲାଙ୍କୁ ୧୦ ବର୍ଷର ସଶ୍ରମ କାରାଦଣ୍ଡ ସହିତ ୧୦,୦୦୦ ଟଙ୍କାର ଜୋରିମାନ ଆଦେଶ ଶୁଣାଇଛନ୍ତି | ସୂଚନା ମୁତାବକ ୨୦୧୮ ଏପ୍ରିଲ ୩୦ ତାରିଖରେ କଟକ ଜିଲ୍ଲା ମାହାଙ୍ଗା ଥାନା କାଳିଅଣ୍ଟିଂ ଗ୍ରାମର ଗୀତାଞ୍ଜଳି ଜେନା ଯାଜପୁର ଜିଲ୍ଲା ବୈରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ, ସେଦିନ ଅପରାହ୍ନ ୫ ଘଟିକା ସମୟରେ ତାଙ୍କ ନଣନ୍ଦଙ୍କୁ ତାଙ୍କ ସ୍ୱାମୀ (ନଣନ୍ଦେଇ) ବୈରୀ ଥାନା ଉବୁକା ଗ୍ରାମର ନଟବର ମଲିକଙ୍କ ପୁଅ ଅକ୍ଷୟ କୁମାର ମଲିକ ତାଙ୍କୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ହାଣି ହତ୍ୟା କରିଛନ୍ତି ତତ୍ ସହିତ ସମ୍ପର୍କୀୟ ଭିଣୋଇଙ୍କୁ ମଧ୍ୟ ହାଣିପକାଇଛନ୍ତି ଏବଂ ସେ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଛି | ଏହି ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଯାହା ବୈରୀ ଥାନା କେଶ ନଂ- ୫୪/୨୦୧୮ ରେ ମାମଲା ରୁଜୁ ହୋଇଥିଲା | ଏହି ମାମଲା ଚଣ୍ଡିଖୋଲ କୋର୍ଟରେ ସି.ଟି. ସେସନ୍ସ ନଂ- ୦୩/୨୦୧୯ ର ବିଚାର କରି ୨୨ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଆଜି ଚଣ୍ଡିଖୋଲ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଗୋପବନ୍ଧୁ ଗଡ଼ନାୟକ, ମୁଦାଲା ଅକ୍ଷୟ କୁମାର ମଲିକଙ୍କୁ ଭାରତୀୟ ପିଙ୍ଗଳ କୋଡ଼ ଧାରା ୩୦୭ ଦଫାରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହିତ ୧୦,୦୦୦ ଟଙ୍କାର ଜୋରିମାନା ଓ ଜୋରିମାନା ଅନାଦେୟ ଆଉ ୬ ମାସର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି | ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅଡିସନାଲ ପି.ପି. ନଳିନୀକାନ୍ତ ମିଶ୍ର ପରିଚାଳନା କରୁଥିଲେ |

Leave a Reply

Your email address will not be published. Required fields are marked *