ଶ୍ରୀ ଅରବିନ୍ଦ ବିଦ୍ୟାଳୟରେ ବାର୍ଷିକ କ୍ରୀଡାଦିବସ ଅନୁଷ୍ଠିତ” 2025

ରାଜଗାଙ୍ଗପୁର/22.11..2025 :- ରାଜଗାଙ୍ଗପୁର ସ୍ଥିତ ଶ୍ରୀ ଅରବିନ୍ଦ ବିଦ୍ୟାଳୟରେ ଦ୍ବିଦିବସୀୟ ବାର୍ଷିକ କ୍ରୀଡାଦିବସ ଅନୁଷ୍ଠିତ ହୋଇଯାଇଛି ଏଥିରେ ପ୍ରଥମ ଦିନର ଅତିଥିମାନେ ରାଜଗାଙ୍ଗପୁର ଥାନାର ଏସଡ଼ିପିଓ ବିଭୂତି ଭୂଷଣ ଭୋଇ , ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟ କୁମାର ଦାସ, ଦ୍ବିତୀୟ ଦିନର ମୁଖ୍ୟ ଅତିଥି ଜାତୀୟସ୍ତରୀୟ ଫୁଟବଲ ରେଫରୀ ଭାସ୍କର ନନ୍ଦ ଉପସ୍ଥିତ ହୋଇ କ୍ରୀଡାର ଉପଯୋଗିତାକୁ ପ୍ରକାଶ କରି ଶ୍ରୀ ଅରବିନ୍ଦ ବିଦ୍ୟାଳୟର ଏଇ ଭଳିଆ ଆୟୋଜନକୁ ପ୍ରଶଂସା ମଧ୍ୟ କରିଥିଲେ । ଏଇ କ୍ରୀଡାଦିବସର ଉଦ୍ଘାଟନ ଘୋଷଣା ଶ୍ରୀ ଅରବିନ୍ଦ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ସଂଜୀବ ବେହୁରା, ସ୍ବାଗତ ଭାଷଣ ବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ସେନାପତି, ପରିଚାଳନା ଶିକ୍ଷକ ସୋହନ ଦାସ, ଶିକ୍ଷୟିତ୍ରୀ ସେଲି ମେହେଟ୍ଟା, ସ୍ନେହଲତା ରାଉତ ଓ ରାଜନନ୍ଦିନୀ ଦାସ କରିଥିଲେ । ଧନ୍ଯବାଦ ଅର୍ପଣ ବିଦ୍ୟାଳୟର ଉପାଧ୍ୟକ୍ଷ ରଘୁନାଥ ସାମନ୍ତରାୟ ଓ ଶିକ୍ଷକ ତାପସ କୁମାର ବାବୁ କରିଥିଲେ । କ୍ରୀଡାଦିବସର ଆରମ୍ଭ ପୁର୍ବରୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଡକ୍ଟର ଆଶୁତୋଷ ଦେବତାଙ୍କ ସହିତ କାଂଚନ ବରୁଆଙ୍କ ନେତୃତ୍ବରେ ବିଦ୍ୟାଳୟର ଛାତ୍ର-ଛାତ୍ରୀମାନମାନେ ନିକଟସ୍ଥ ସମଲେଶ୍ବରୀ ମନ୍ଦିରରେ ମଶାଲର ପୂଜାର୍ଚ୍ଚନା ପରେ ତାହା ଶ୍ରୀମା- ଶ୍ରୀ ଅରବିନ୍ଦଙ୍କର ଆଶ୍ରମରେ ପରିକ୍ରମା କରାଇ କ୍ରୀଡାଦିବସର ଉଦ୍ଘାଟନ ପାଇଁ ବିଦ୍ୟାଳୟର ଖେଳ ପଡିଆକୁ ନିଆ ଯାଇଥିଲା । ବିଦ୍ୟାଳୟର କ୍ରୀଡା ଶିକ୍ଷକ ସଚିନ ବାଉରୀ ଓ ଏଏନଓ ମୁକେଶ ସିଂହଙ୍କର ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ସମସ୍ତ କ୍ରୀଡା ପ୍ରତିଯୋଗିତା ଗୁଡିକ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ, ଯୋଗ ପ୍ରଦର୍ଶନ ,ଶାରୀରିକ ପ୍ରଦର୍ଶନ ମଧ୍ଯ ଅନୁଷ୍ଠିତ ହୋଇଥିଲା । ଉକ୍ତ ଦିବସରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସଂଜୀବ ବେହୁରା, ସମ୍ପାଦକ ରାମଚନ୍ଦ୍ର ବେହେରା, ଉପ ସଭାପତି ଡାକ୍ତର ଅରକ୍ଷିତ ସାହୁ , ସହ ସମ୍ପାଦିକା ଅଞନା ବେହୁରା, ସଦସ୍ଯା ବେଲାରାଣୀ ଶତପଥି, ସବିତା ମହାନ୍ତି ତଥା ଅନ୍ୟ ସଦସ୍ୟ ଓ ସଦସ୍ଯାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିଥିଲେ । କ୍ରୀଡା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *