
ରାଜଗାଙ୍ଗପୁର/22.11..2025 :- ବ୍ଲକ୍ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଆଜି ଖତକୁରବାହାଲ ଉଚ୍ଚ ବିଦ୍ୟାଳୟରେ ଜେଏସଡବ୍ଲୁ ଶିବା ସିମେଣ୍ଟ ସହାୟତାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଗୋଷ୍ଠି ଶିକ୍ଷା ଅଧିକାରୀ ଅନନ୍ତ କୁମାର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କୁତ୍ରା ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ନିଜ ମାନସିକ କୌଶଳ ଓ ବୈଜ୍ଞାନିକ ଚିନ୍ତନକୁ ପ୍ରଦର୍ଶିତ କରିଥିଲେ । ଏହାର ଉଦଘାଟନୀ ସମାରୋହର ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଶାନ୍ତିଲତା ଲାକଡା,ପୂର୍ବତନ ପ୍ରଶାସନିକ ଅଧିକାରୀ ରଏନୁ ସିଂ, ଖତକୁରବାହାଲ ସରପଞ୍ଚ ଝାଡି ଧନଓ୍ବାର, ସମିତି ସଭ୍ୟା ପୁଷ୍ପା ତିର୍କି , ଜେଏସ୍ ଡବ୍ଲୁ ଶିବା ସିମେଣ୍ଟ ସିଏସଆର ମୁଖ୍ୟ ସଂଗ୍ରାମ ରାଉତ, ସିଏସଆର ଅଧୀକ୍ଷକ ଅଲେଖ ଦଳେଇ, ଖଣି ବିଭାଗ ମୁଖ୍ୟ ମନୋଜ ବର୍ମା, ବିଦ୍ୟାଳୟ ପରିଚାଳନା ସଭାପତି ଏମଡି ସୟଦ ଇକବାଲ ହୁସେନ୍ ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନର ପ୍ରଧାନ ଶିକ୍ଷକ ତଥା ଆୟୋଜକ ସଂପାଦକ ହେମନ୍ତ କୁମାର ଦେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସଭାକାର୍ଯ୍ୟ କୁ ବରିଷ୍ଠ ଶିକ୍ଷକ ଡ଼. ବିଭୀଷଣ ବାରିକ ପରିଚାଳନା କରିଥିଲେ। ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜେଏସ୍ ଡବ୍ଲୁ ଶିବା ସିମେଣ୍ଟ କାରଖାନା ମୁଖ୍ୟ ଅନିଲ ମିଶ୍ର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ନଳୀନିକାନ୍ତ ଶାସନୀ, ଲୋକନାଥ ପ୍ରଧାନ, ନିତ୍ୟାନନ୍ଦ ବେହେରା, ଅମରେଶ ସାହୁ, ବ୍ରିଧିଚନ୍ଦ୍ର ବିଲୁଙ୍ଗ,ଜିମୁତା କେଶରୀ ଦାସ, ବିରଞ୍ଚିନାରାୟଣ ସାହୁ, ଜେଏସ୍ ଡବ୍ଲୁ ସିଏସଆର ମ୍ୟାନେଜର ଅଲେଖ ଦଳେଇ ଉପସ୍ଥିତ ଥିଲେ। । ପ୍ରଦର୍ଶନୀ ଶେଷରେ ବିଜେତା ପ୍ରକଳ୍ପ ଗୁଡିକୁ ପୁରସ୍କୃତ କରଯାଇଥିବା ବେଳେ ସମସ୍ତ ୮ ଟି ବିଭାଗର ଶ୍ରେଷ୍ଠ ପ୍ରକଳ୍ପ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବାର ଅବସର ପାଇଛନ୍ତି। କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ବିଜ୍ଞାନ, ଗଣିତ ତଥା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ ସିଆରସିସି ସହଯୋଗ କରିଥିଲେ।