ରାଜଗାଙ୍ଗପୁର/23.11..2025 :-: ସମ୍ବଲପୁରୀ କଲା ସଂସ୍କୃତି ଅନୁଷ୍ଠାନ ପଶ୍ଚିମ ଓଡ଼ିଶା ତରଫ ରୁ ସୁନ୍ଦରଗଡ ଜିଲ୍ଲାର ବଡ଼ଗାଁ ବ୍ଲକ୍ ଭୋଇପାଲି ଗ୍ରାମ ପଞ୍ଚାୟତ ପଡ଼ିଆ ଠାରେ ପଞ୍ଚମ ତମ ସମ୍ବଲପୁରି କଲା ସଂସ୍କୃତି ମହୋତ୍ସବ ୨୦୨୫ ଏବଂ ବଛରକିଆ ଉତ୍ସବ ଅନୁଷ୍ଠିତ ହୋଇ ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍କା ପରିଷଦ ଅମୀୟ କୁମାର ପ୍ରଧାନ,ବିଜେପି ର ମୁଖ୍ୟ ସମାଜ ସେବି ବରିଷ୍ଟ ନେତା ବସନ୍ତ ସାହୁ,ଭୋଇପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ମହେଶ୍ୱର ବରିହା ,କବି ସୁଧାଂଶୁ ଅଶୋକ, ଲାଲମୋହନ ନାଏକ, ବଡଗାଁ ରାମଲୀଳା ପ୍ରେସିଡେଣ୍ଟ ସତ୍ୟନାରାୟଣ ନାୟକ,ମିଡ଼ିଆ ର ଅଶୋକ ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ପ୍ରତିଷ୍ଠାତା ସମ୍ପାଦକ ଟୋନିସ୍ ରୋହିଦାସ ଏବଂ ଜିଲ୍ଲା ସଂଯୋଜକ ଦୁଷ୍ମନ୍ତ ଭୋଇ ଙ୍କର ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା।
ପ୍ରଥମେ ପଶ୍ଚିମ ଓଡ଼ିଶା ଇଷ୍ଟଦେବୀ ମା ସମଲେଇ ଙ୍କର ପୂଜାଅର୍ଚ୍ଚନା କରାଯାଇଥିଲା। ତାପରେ ଅତିଥି ମାନେ ନିଜର ବକ୍ତବ୍ୟ ରଖିଥିଲେ, ସମ୍ବଲପୁରି ଭାଷା ସାହିତ୍ୟ କଳା ସଂସ୍କୃତି ପରମ୍ପରା ଆମର ପରିଚୟ ସମ୍ବଲପୁରୀ ଗୀତ ନାଚ ଶାଢୀ ଆମର ମୁଖ୍ୟ ପରିଚୟ ଏହି ଅନୁଷ୍ଠାନ ଭଲ କାମ କରୁଛି ଲୁଚି ଯାଇଥିବା କଳାକାର ଏବଂ ନୁଆ ନୁଆ କଳାକାର ଙ୍କୁ ବିଭିନ୍ନ ପ୍ରକାରର କାର୍ଯକ୍ରମ କରି ଉତ୍ସାହିତ କରିବା ଦିଗରେ ବେଶ୍ ନା କରି ପାରିଛି ବୋଲି ଅତିଥି ମାନେ କହିଥିଲେ।। ଏହି ମହୋତ୍ସବ ରେ ସୁନ୍ଦରଗଡ ଭଷ୍ମା ରୁ ଆସିଥିବା କବି ଅର୍ଜୁନ ତାଣ୍ଡିଆ, ଟିକିଲିପଡ଼ା/ ପାମରା ଗ୍ରାମ ରୁ ଆସିଥିବା କୁନୀ କୁନି କଳାକାର ମାନେ ନିଜର ସମ୍ବଲପୁରୀ ନାଚ ଗୀତ କବିତା ଓ ଚିତ୍ରକଳା ରେ ମଞ୍ଚ କୁ ଦୁଲକାଇ ଥିଲେ। ୩୦ ଜଣ କଳାକାର ଙ୍କୁ ଅନୁଷ୍ଠାନ ତରଫ ରୁ ମାନପତ୍ର ସହ ମେଡାଲ ଦେଇ ସମ୍ମାନିତ କରାଯାଇ ଥିଲା। ଓ ଏହି ମହୋତ୍ସବ ରେ ଅନୁଷ୍ଠାନ ର କ୍ଷୀରୋଦ ରୋହିଦାସ,ହେମାମାଳିନୀ ନାଏକ ,ଜିତାରାଣୀ ପାଣିଗ୍ରାହୀ, ଚିନ୍ତାମଣି ରଣା,ପବିତ୍ର ମେହେର,ପଟେଲ ମାଝୀ କାର୍ଯ୍ୟକର୍ତ୍ତା ମାନେ ସହଜୋଗ କରିଥିଲେ। ଶେଷରେ ଅନୁଷ୍ଠାନ ର ସମ୍ପାଦକ ଟୋନିସ ରୋହିଦାସ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇଥିଲେ।