
ବାଲେଶ୍ଵର /୮,୧୧,୨୦୨୫ / : ଶନିବାର ପୂର୍ବାହ୍ନ ୧୧ଘଟିକା ସମୟରେ କଚେରି ହଥା ସ୍ଥିତ ସାମ୍ବାଦିକ ପ୍ରକୋଷ୍ଠରେ ବାଲେଶ୍ଵର ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ସଭାପତି ଶ୍ରୀଯୁକ୍ତ ଦେବବ୍ରତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସ୍ବର୍ଗତ ସତ୍ୟ ପ୍ରିୟ ମହାନ୍ତିଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।
ଏହି ସ୍ମୃତି ଚାରଣ ସଭାରେ ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି ର ସଦସ୍ୟ ସଦସ୍ୟାମାନେ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦେଇ ସ୍ବର୍ଗତ ସତ୍ୟ ପ୍ରିୟ ମହାନ୍ତିଙ୍କ ସ୍ମୃତି ଚାରଣ କରିଥିଲେ।
ଏହି ଅବସରରେ ସତ୍ୟ ପ୍ରିୟ ମହାନ୍ତିଙ୍କୁ ଭଲ ପାଉଥିବା ବନ୍ଧୁ ଆଇନଜୀବୀ ପ୍ରିୟବ୍ରତ ରାୟ ଉପସ୍ଥିତ ରହି ତାଙ୍କର ପିଲାଦିନର କଥା ସତ୍ୟ ପ୍ରିୟ ମହାନ୍ତିଙ୍କ ସହ କପରିକଟୀଥିଲା ବର୍ଣ୍ଣନା କରିଥିଲେ। ଏହି ଅବସରରେ ଦୁଇଜଣ ସାମ୍ବାଦିକ ଶ୍ରୀ ସମ୍ବିତ ବେହେରା ଓ ସେକ ରିଜୁଆନ ମଲ୍ଲିକଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଧିତ କରାଯାଇଥିଲା। ଏହି ସ୍ମୃତି ଚାରଣ ସଭାରେ ବରିଷ୍ଠ ସାମ୍ବାଦିକ ସମିର ଆଚାର୍ଯ୍ୟ,ସର୍ବଶ୍ବର ଦାସ , ଶିବଶଙ୍କର ଭୋଇ, ସୁଶାନ୍ତ ଦାସ, ବିଦ୍ୟାଧର, ମହାନ୍ତି,ତ୍ରିଲୋଚନ ମହାନ୍ତି, ଭଗବାନ ଦାସ,ସୁଦିପ୍ତ ମହାନ୍ତି, ପୂର୍ଣ୍ଣ ବେହେରା,ତପନ ଦାସ ,ସରତ ବାରିକ,ପ୍ରଦିପ ବେରା କୋଷାଧ୍ୟକ୍ଷ ଧିରଜ,ଓ କାଞ୍ଜମଣୀ ସ୍ୱାଇଁ ପ୍ରମୁଖ ନିଜ ନିଜର ସ୍ରଧାସୁମନ ରଖିଥିଲେ। ଶେଷରେ ବରିଷ୍ଠ ସାମ୍ବାଦିକ ବାସୁଦେବ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ।