
ପଢ଼ିବା ଲେଖିବା ଜ୍ଞାନ ସାକ୍ଷରତା
ହେଜିଥିଲେ ସରକାର,
ଜାତି ଓ ଦେଶର ବିକାଶ ନିମନ୍ତେ
ସାକ୍ଷରତା ଦରକାର ।
ଊଣେଇଶ ଶହ ପଞ୍ଚାନବେ ଠାରୁ
ଆଇନ ସେବା ପ୍ରଣିତ,
ସଭିଁଏ ପଢ଼ନ୍ତୁ ସଭିଁଏ ବଢ଼ନ୍ତୁ
ହୋଇ ସର୍ବେ ସାକ୍ଷରିତ ।
ବିଭିନ୍ନ ନାମରେ ଆଇନର ସେବା
ବିଭିନ୍ନ ଦେଶେ ପ୍ରଣୀତ,
ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ
ଆମ ଭାରତେ ନାମିତ ।
ଦଳିତ ପତିତ ଓ ଅବହେଳିତ
ଜନତାଙ୍କ ପାଇଁ ହିତ,
ଅଦାଲତ ଆଉ ଆଇନ ବିଭାଗେ
ସର୍ବ ସେବା ନିର୍ବାହିତ ।
ଆଇନ ସେବାରେ ଜନ ଉପକୃତ
ଗଣତାନ୍ତ୍ରିକ ସର୍କାର,
ନିଃସ୍ଵାର୍ଥପରତା ସହୃଦୟ ସେବା
ଖାଲି ଯାହା ଦରକାର ।
ନଭେମ୍ବର ନଅ ତାରିଖେ ସ୍ମରଣ
ଆଇନ-ସେବା ଦିବସ,
ସମ୍ବିଧାନେ ମାତ୍ର ପୋଥି ପଞ୍ଜିକୃତ
କାର୍ଯ୍ୟରେ କାହିଁ ହରଷ ?
ତଥାପି ମୋ’ ହୃଦ ଶୁଭେଚ୍ଛା ଜ୍ଞାପନ
କରିବାକୁ ଆଗଭର,
କର୍ମ ଓ କର୍ତ୍ତବ୍ୟ ଆଇନ ସେବାରେ
ହୁଅ ସର୍ବେ ଆଗୁସାର !