ଜନ୍ମ (୧)

ହେ ଜନ୍ମ !
ତୁମେ ପ୍ରେମର ପ୍ରତୀକ
ସତ୍ଯର ସଂଧାନ
ଜୀବନ ଅମୃତ / ହୃଦୟ ଚନ୍ଦନ
ଦୁନିଆର ନୂତନ ଆଲୋକ ;
ସର୍ବପ୍ରାଣୀ ଏହି ଧରାଧାମେ
ବଶୀଭୂତ ପ୍ରେମ ଆଲିଙ୍ଗନେ
ଖୋଜନ୍ତି ତୁମକୁ ବ୍ଯାକୁଳେ
ଚାହାଁନ୍ତି ଆକୁଳ ନୟନେ
ଦେଖନ୍ତି ତୁମକୁ ସପନେ
ସ୍ବାଗତ କରନ୍ତି
ହସ ହସ ହସ ବଦନରେ ।

ହେ ଜନ୍ମ !
ତୁମେ ସତ୍ଯର ସଂଧାନ ବୋଲି
ସର୍ବେ ଲଭନ୍ତି ସୁଖ-ଶାନ୍ତି
ଆନନ୍ଦ-ଉଲ୍ଲାସ
ଜୀବନର ଗତିପଥେ ତୁମେ
ଝର ଝର ନିର୍ଝର ଅମୃତ
ଘମାଘୋଟ ଅନ୍ଧକାର ବୁକୁ ଚିରି
ଆସ ତୁମେ ହସି ହସି
କେତେ ଆଶା ଓ ଆକାଂକ୍ଷାକୁ
ସାଥି କରି
ଦେଖାଇବାକୁ ଦୁନିଆର
ନୂତନ ଆଲୋକ ।।■

Leave a Reply

Your email address will not be published. Required fields are marked *