
ଇନ୍ଦ୍ରଧନୁର
ବାଘନିସହନାଲା
ସାତୋଟି ରଙ୍ଗ । ….. (୧)
ଯେ’ ବାଇଗଣୀ
ଚିତ୍ରାଙ୍କନେ ନିହାତି
ପାର୍ଶ୍ଵେ ରହଣି । ….. (୨)
ଯେ’ ଘନନୀଳ
ଆକାଶରେ ଶୋଭନ
ଦୃଶ୍ୟ ଅନିଳ । ….. (୩)
ନୀଳରଙ୍ଗରେ
ଶୋଭା ପାଏ କବିତା
ମୋର ଖାତାରେ । ….. (୪)
ମୋ’ ଧାନ କ୍ଷେତ
ଛନଛନ ସବୁଜ
ଦେଖ ହେ ମିତ ! ….. (୫)
ଯେ’ ହଳଦୀଆ
ହଳଦୀ ବସନ୍ତ ହିଁ
କଉତୁକିଆ । ….. (୬)
ପିଲାଙ୍କ ଖେଳ
ଠିଆପୁଞ୍ଚି ନାରଙ୍ଗୀ
ବୁଡ଼ିଲା ବେଳ । ….. (୭)
ରକତ ନାଲି
ଗୋଡ଼ କଟିଗଲେ ଯେ’
ହୁଏନା ଚାଲି । ….. (୮)
କୁହ କାହାରେ
ଇନ୍ଦ୍ରଧନୁ ବ୍ୟତୀତ
ସପ୍ତରଙ୍ଗରେ ? ….. (୯)
କହୁଛି ଶୁଣ !
ସପ୍ତରଙ୍ଗରୁ ବେଶି
ହୋଲିର ଗୁଣ । ….. (୧୦)
ହୋଲି ରଙ୍ଗର,
ସ୍ନେହ-ଶ୍ରଦ୍ଧା-ପ୍ରୀତିର
ଭାଇଚାରାର । …… (୧୧)
ରଙ୍ଗ ଅବିର,
ଜାତୀୟ-ସଂହତି ଓ
ପ୍ରେମ ପ୍ରୀତିର । ….. (୧୨)
ପୁଷ୍ପ ଉଦ୍ଯାନ,
ଇନ୍ଦ୍ରଧନୁ ପରାୟ
ଶୋଭା ବର୍ଦ୍ଧନ । ….. (୧୩)
ଆହୁରି ଜାଣ,
ପିଲାଙ୍କ ଚିତ୍ରାଙ୍କନ
ରଙ୍ଗେ ନିଖୁଣ । ….. (୧୪)
ରଙ୍ଗ ଏମନ୍ତ
ମୟୂର ଚନ୍ଦ୍ରିକାରେ
ଶୋଭା ଶ୍ରୀ କୃଷ୍ଣ । ….. (୧୫)
ହଳଦୀ ଗୋରୀ,
ଅଳଙ୍କାର ବିହୁନେ
ଭାରି ସୁନ୍ଦରୀ ! ….. (୧୬)
ନାଲି ଅଳତା,
ଶିଶୁଠୁ ବଧୂଯାଏ
ପାଦ ଶୋଭିତା । ….. (୧୭)
ନାଲି ସିନ୍ଦୂର,
ସଧବା-ନାରୀ ମୁଖ
ଭାରି ସୁନ୍ଦର । ….. (୧୮)
ଶାଗୁଆ କ୍ଷେତ,
ଚାଷୀଙ୍କ ମନ-ପ୍ରାଣ
ହୁଏ ମୋହିତ । ….. (୧୯)
କର୍ମାଦି ଶୁଭ
ନାଲି-ରଙ୍ଗ ଲେଖନୀ
ମଙ୍ଗଳ ଭବ । ….. (୨୦)
ଲାଲ୍ ସଙ୍କେତ,
ବିପଦ ସୂଚନା ଯେ’
ଜାଣିଥା’ ମିତ । ….. (୨୧)
ଲାଲ୍ ଖେଳଣା,
ଶିଶୁଙ୍କ ଆଦର ଯେ’
ଅଧିକ ଜଣା । ….. (୨୨)
ଲାଲ୍ ରଙ୍ଗର,
ତ୍ରିବିଧ ଗୁଣରେ ଯେ’
ବହୁ ବିଚାର । ….. (୨୩)
ଧଳା ଫୁଲଟି,
ମଲ୍ଲି ଫୁଲେ ଅତର
ମନ ମୋହେଟି । ….. (୨୪)
କୁଆ କୋଇଲି,
କଜଳପାତିଆ ଯେ’
ରଙ୍ଗରେ କାଳି । ….. (୨୫)
ନୀଳ ମାଷ୍ଟ୍ରାଣୀ,
ଗୋଦାବରୀଶ ଗଳ୍ପ
ପ୍ରେମ ଚାହାଣି । ….. (୨୬)
ରଙ୍ଗର କଥା,
ଯେତେ ବଖାଣିଲେ ବି
ଲମ୍ବଇ ଖାତା । ….. (୨୭)