ବିଜେଡି ଜନ ସମ୍ପର୍କ ପଦଯାତ୍ରା

ଭାପୁର ବ୍ଳକ ଅଧକ୍ଷା ତଥା ଗତ ନିର୍ବାଚନ ର ଖଣ୍ଡପଡ଼ା ବିଜେଡ଼ି ବିଧାୟିକା ପ୍ରାର୍ଥୀନୀ ସାବିତ୍ରୀ ପ୍ରଧାନ ଙ୍କ ନେତୃତ୍ୱରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶଙ୍ଖନାଦ ଓ ବାଜା ବାଣରେ କମ୍ପିଥିଲା ମର୍ଦ୍ଦରାଜପୁର ଓ ଖଳିସାହି ପଞ୍ଚାୟତ। ପ୍ରଥମେ ମର୍ଦ୍ଦରାଜପୁର ସ୍ଥିତ ମୁଣ୍ଡିଆ ହନୁମାନ ପୀଠରେ ପୂଜାର୍ଚନା ହେବା ପରେ ଉପସ୍ଥିତ ଜନପ୍ରତିନିଧିମାନେ ଦେବଦେବୀ ଙ୍କ ଠାରୁ ଆଶୀର୍ବାଦ ନେଇ ପଦଯାତ୍ରା ଶୁଭାରମ୍ଭ କରି ଖଳିସାହି ସ୍ଥିତ ତୋଟା ହନୁମାନ ପୀଠରେ ଶାନ୍ତି ଶୃଙ୍ଖଳା ସହ ପହଞ୍ଚି ଥିଲା। ତେବେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନସମ୍ପର୍କ ପଦଯାତ୍ରା ଅବସରରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ। ନବୀନଙ୍କୁ ଏବେବି ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲୋକମାନେ ଝୁରୁଥିବା ବେଳେ ଗାଁ ଗଣ୍ଡାରେ ମାଟି ଗାଣ୍ଡୁଏ ମଧ୍ୟ ପଡିନଥିବା କହିଥିଲେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ। ଏତତ ବ୍ୟତୀତ ହଜାର ହଜାର କୋଟି ଟଙ୍କା ଋଣ କରିବା ସହ ବିଜେପି ୧୮ ମାସରେ ଅଣ ନିଶ୍ୱାସି ହୋଇପଡିଥିବା ମଧ୍ୟ କହିଥିଲେ। ତେବେ ନିର୍ବାଚନ ମଣ୍ଡଳୀ ବିଜେଡି ଦାୟିତ୍ୱରେ ଥିବା ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ପୌରାହିତ୍ୟରେ ଆୟୋଜିତ ଏହି ଜନ ସମ୍ପର୍କ ପଦଯାତ୍ରାରେ ବିଜେପି ତଥା ମୋହନ ସରକାର ଜନସାଧାରଣଙ୍କୁ ଦେଇଥିବା ପ୍ରତିଶୃତି ପାଳନରେ ବିମୁଖତା, ଦରଦା ନିୟନ୍ତ୍ରଣରେ ବିଫଳତା, ଆଇନଶୃଙ୍ଖଳାର ଅଧୋଗତି ଏବଂ ମହିଳା ନିର୍ଯ୍ୟାତନା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ଖଣ୍ଡପଡ଼ା ଜନସାଧାରଣଙ୍କ ନିକଟରେ ଅବତାରଣା କରିଥିଲେ ବିଜେଡ଼ି ନେତୃମଣ୍ଡଳୀ। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ୍ ବିଷ୍ନୁପ୍ରିୟା ବେହେରା, ଖଣ୍ଡପଡା ବ୍ଲକ ଅଧ୍ୟକ୍ଷା ଉପମା ବେହେରା, ୫ନମ୍ୱର ଜୋନର ଜିଲ୍ଲାପରିଷଦ ସଭ୍ୟ ରାମେଶ୍ୱର ଶତପଥୀ, ୧୮ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର କୁମାର ଧଳ, ଖଣ୍ଡପଡା ବିଜେଡି ସଭାପତି ବିଜୟ ତ୍ରିପାଠୀ, ଭାପୁର ବ୍ଲକ ବିଜେଡି ସଭାପତି ଶିବ ପ୍ରସାଦ ଷଡ଼ଙ୍ଗୀ, ବରିଷ୍ଠ ବିଜେଡ଼ି ନେତାଙ୍କ ସମେତ ଭାପୁର ଏବଂ ଖଣ୍ଡପଡା ବ୍ଲକର ସମସ୍ତ ଜନ ପ୍ରତିନିଧିଙ୍କ ସମେତ ପ୍ରାୟ 8 ହଜାରରୁ ଉର୍ଦ୍ଧ୍ବ ଦଳୀୟ କର୍ମକର୍ତ୍ତା, ପୁରୁଷ ଓ ମହିଳା ଶୁଭେଚ୍ଛୁ, ସମର୍ଥକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *