ନୟାଗଡ : SI ଚାକିରୀ କେଳେଙ୍କାରୀ ର ମୁଖ୍ୟ ଅଭିଯୁକ୍ତ ମୁନା କୁ ଵାଣିଗୋଚ୍ଛା ଥାନା ଅଂଚଳ ରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ନୟାଗଡ ଜ଼ିଲ୍ଲା ଵାଣିଗୋଚ୍ଛା ଥାନା କୁଞ୍ଜାମେଣ୍ଡି ପଂଚାୟତ ବନ୍ଧଖମନ ଗାଁ ନିକଟରେ ଥିବା ଫାର୍ମ ହାଉସ ରୁ ଗିରଫ କରାଯାଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ କରି SI ଚାକିରୀ କେଳେଙ୍କାରୀ ର ତଦନ୍ତ ଚଳାଇଛି। ମୁନା ବ୍ୟବହାର କରୁଥିବା ଥର୍ଡ ଗାଡିକୁ ଦଶପଲ୍ଲା ଥାନା ତେଣ୍ଡାବାଡି ପଂଚାୟତ ଏକ ଫାର୍ମ ହାଉସ ରେ ରଖିଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ ଦେଖି ଫାର୍ମ ହାଉସ ମଳିକ ଦଶପଲ୍ଲା ଥାନାରେ ଗାଡି ଥିବା କହିଥିଲେ। ଦଶପଲ୍ଲା ଥାନା ପୋଲିସ ଥର୍ଡ଼ ଗାଡିକୁ ଜବତ କରିଛି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ