ଆର୍ଥିକ ବ୍ୟବସ୍ଥାରେ ସାଇବର ବିପଦ ଶୀର୍ଷକ ଆଲୋଚନାଚକ୍ର।

ଚଣ୍ଡିଖୋଲ ୧୭/୧୦(କବ୍ୟୁ)ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗ ତରଫରୁ ଆର୍ଥିକ ବ୍ୟବସ୍ଥା ରେ ସାଇବର ବିପଦ ଶୀର୍ଷକ ଏକ ଆଲୋଚନା ଚକ୍ର ବାଣିଜ୍ୟ ବିଭାଗ ର ମୁଖ୍ୟ ଅଧ୍ୟାପକ ଡକ୍ଟର ଭାଗ୍ୟଧର ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହlଲା ଆର୍ଥିକ ବ୍ୟବସ୍ଥାରେ ସାଇବର ବିପଦ ର କାରଣ ଓ ନିରାକରଣ ଓ ସାଇବର ଠକେଇ ରୁ ଜନସାଧାରଣଙ୍କ ଆର୍ଥିକ ସୁରକ୍ଷା ଉପରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବେ ସି ଏମ୍ ଏ ନିରଞ୍ଜନ ସାହୁ ସାଇବର ଠକ ମାନେ କିପରି ଉଚ୍ଚ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ଲୋକମାନଙ୍କର ଅର୍ଥ ହଡ଼ପ କରୁଛନ୍ତି ସେ ବିଷୟରେ ଆଲୋଚନା କରିଥିଲେ। ଅନ୍ୟତମ ବକ୍ତା ଭାବେ ସି ଏମ୍ ଏ ପ୍ରକାଶ ଚନ୍ଦ୍ର ସାହୁ ସାଇବର ବିପଦ ର ଏକମାତ୍ର ସୁରକ୍ଷା ହେଲା ସଚେତନତା ବୋଲି କହିଥିଲେ। ଏହି ଅବସରରେ ଅଧ୍ୟାପିକା ଶୁଭଶ୍ରୀ ସାହୁ କିନୋଟ ପାଠ କରିଥିବା ବେଳେ ଅଧ୍ୟାପକ ସତ୍ୟ ପ୍ରକାଶ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଆଲୋଚନା ଚକ୍ରରେ+୩ଦ୍ଵିତୀୟ ବର୍ଷ ଛାତ୍ର ଅଭିଜିତ ନାୟକ ଓ+୩ପ୍ରଥମ ବର୍ଷ ଛାତ୍ର ଜିତେନ୍ଦ୍ର ବସନ୍ତିଆ ସ୍ଵଲିଖିତ ସନ୍ଦର୍ଭ ପାଠ କରିଥିଲେ। ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *