ଓଡିଶା ଗୁଡ଼ିଆ ସମାଜ ର ନୁଆଁଖାଇ ଭେଟଘାଟ

ବୌଦ୍ଧ-୧୫/୧୦ ବୌଦ୍ଧ ଜିଲ୍ଲା ଟାଉନ ହଲ ଠାରେ ଓଡିଶା ଗୁଡିଆ ସମାଜର ନୁଆଁଖାଇ ଭେଟଘାଟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ସଭାରେ ସଭାପତି ଭାବରେ ରାଜେନ୍ଦ୍ର କୁମାର ସାହୁ , ମୁଖ୍ୟବକ୍ତା ଭାବେ ନଗର ପାଳ ମୃତ୍ୟୁଞ୍ଜାୟ ମିଶ୍ର ମଞ୍ଚରେ ଉପସ୍ଥିତ ହୋଇଥିଲେ । ସମ୍ମାନୀତ ଅତିଥି ଭାବେ କଣ୍ଟାମାଳର ବିଧାୟକ କହ୍ନେଇ ଚରଣ ଡାଙ୍ଗ, କାର୍ଯ୍ୟକାରୀ ସଭାପତି ବିଶ୍ଵନାଥ ସାହୁ, ଯୁବ ସଂଗଠନର ସଭାପତି ସଞ୍ଜିବ କୁମାର ସାହୁ, ଆଧ୍ୟାପିକା ସୁଜାତା ସାହୁ ଏବଂ ମଞ୍ଜୁ ଦେବୀ ସାହୁ, ବୌଦ୍ଧର ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ସାହୁ, ଅତିଥି ବରିଷ୍ଠ ନାଗରିକ ସଂଘର ସଭାପତି ଶିବପ୍ରସାଦ ମିଶ୍ର, ବୌଦ୍ଧ ଜିଲ୍ଲା ଉପ ସଭାପତି ବୈକୁଣ୍ଠନାଥ ସାହୁ, ରାଜ୍ୟ କାର୍ଯ୍ୟକର୍ତ୍ତା ପିତବାସ ତଣ୍ଡକାର ପ୍ରଭୃତି ଅତିଥି ମାନେ ମଞ୍ଚାସିନ ଥିଲେ । ଭକ୍ତ ସଭାରେ ଶହଶହ ସଂଖ୍ୟାରେ ଗୁଡ଼ିଆ ଜାତି ଭାଇ ଭଉଣୀ ମାନେ ଯୋଗଦେଇ ସଭା ମଣ୍ଡିତ କରିଥିଲେ । ବିଭିନ୍ନ ସ୍ଥାନରୁ ଆସିଥିବା ଗୁଡ଼ିଆ ଜାତି ଭାଇ ମାନଙ୍କୁ ମଞ୍ଚ ଉପରେ ଉପତୌକନ ଦେଇ ସମ୍ମାନୀତ କରାଯାଇଥିଲା ।ସଭା କାର୍ଯ୍ୟ କ୍ଷେତ୍ରବାସୀ ସାହୁ ପରିଚାଳନା କରିଥିଲେ । ଶେଷରେ ଯୁଗୋଲ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *