
ବାରିପଦା-ଉଦଳା ୧୦/୧୦/୨୫( କ: ବ୍ଯୁ ) – ଉଦଳା ତାଲୁକ ଆଇନ ସହାୟତା କକ୍ଷ ଦ୍ୱାରା ଉଦଳା ରେ ଥିବା ଭାରତଜ୍ୟୋତି ସ୍ୱତନ୍ତ୍ର ବିଦ୍ୟାଳୟ, ମେଣ୍ଢାଖାଇ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ତାଲୁକ ଆଇନ ସହାୟତା କକ୍ଷର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ପ୍ରଦୀପ କୁମାର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ଉପଖଣ୍ଡ ବିଭଚାର ବିଭାଗୀୟ ଅଧିକାରୀ ଅନୁରାଗ ଦେହୁରୀ ଓ ଉପରୋକ୍ତ ବିଦ୍ୟାଳୟର ନିର୍ଦ୍ଦେଶକ ନାରାୟଣ ମହାନ୍ତି ମଞ୍ଚାସୀନ ଥିଲେ । ତାଲୁକ ଆଇନ ସହାୟତା କକ୍ଷର ରିଟେନର ତଥା ଆଇନଜୀବୀ ନୀରାକରର ମହାପାତ୍ର ଅତିଥି ପରିଚୟ କରିବା ସହିତ ଦିବସର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ମହୋଦୟ ମାନସିକ ସ୍ୱାସ୍ଥ୍ୟ ଓ ତତସମ୍ବନ୍ଧୀୟ ନିୟମର ବିଷୟ ଆଲୋଚନା କରିଥିଲେ । ଉପଖଣ୍ଡ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଦେହୁରୀ ନିୟମର ପାଳନ ସମ୍ପର୍କରେ ଆଲୋଚନା କରିଥିଲେ । ପରିଶେଷରେ ଉକ୍ତ ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ତାଲୁକ ଆଇନ ସହାୟତା କକ୍ଷର ଅଧିକାରୀ ସନତ କୁମାର ସେଠୀ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)