
ଛତ୍ରପୁର : ୧୪.୦୭.୨୫
(ମିଥୁନ ବାରିକ୍)
ଛତ୍ରପୁର : ରାଜ୍ୟ ସ୍ତରୀୟ କିକ୍ ବକ୍ସିଂ ସଂଘ ପକ୍ଷରୁ ଅନୁଷ୍ଠିତ ଷଷ୍ଠ ତମ ୱାକୋ ଓଡ଼ିଶା ଚାମ୍ପିଅନ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ଦୁଇ ପ୍ରତିଭାବାନ ଶିଶୁ ପାୟଲ ନାହାକ (୯ ବର୍ଷ) ଏବଂ କଳ୍ପଜିତ ପାତ୍ର ( ୭ ବର୍ଷ ) ଉଲ୍ଲେଖନୀୟ ସଫଳତା ହାସଲ କରି ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି। ଅନୁଗୁଳ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଦଶ ବର୍ଷରୁ କମ ବୟସ ବିଭାଗରେ ପାୟଲ ସ୍ୱର୍ଣ୍ଣ ପଦକ ଓ କଳ୍ପଜିତ ବ୍ରୋଞ୍ଜ ପଦକ ଜିତିଛନ୍ତି। ପାୟଲ, ପୁଇଁତୋଳା ଗ୍ରାମର ପ୍ରଶାନ୍ତ ନାହାକ ଓ ମମତା ନାହାକଙ୍କ ଝିଅ ଏବଂ ତୃତୀୟ ଶ୍ରେଣୀରେ ପଢୁଛନ୍ତି। ସେହିପରି କଳ୍ପଜିତ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ଓ ଦୁଷ୍ମନ୍ତ ପାତ୍ରଙ୍କ ପୁଅ, ଦ୍ୱିତୀୟ ଶ୍ରେଣୀରେ ଅଧୟନରତ। ଉଭୟ ଇଂଲିଶ ମିଡିଅମ ସ୍କୁଲରେ ପଢୁଛନ୍ତି। ଏହି ସଫଳତା ଗଞ୍ଜାମ ଜିଲ୍ଲା ପାଇଁ ଗର୍ବର ବିଷୟ ହୋଇଛି। ପାୟଲ ଆସନ୍ତା ଅଗଷ୍ଟରେ ଚେନାଇରେ ଅନୁଷ୍ଠିତ ନେଶନାଲ ଟାଇକୋଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ତାଙ୍କର ଏହି ଅଭିଯାନ ପାଇଁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି। ଏହି ଦୁଇ ଯୁବ ପ୍ରତିଭାଙ୍କ ସଫଳତା ଅନ୍ୟ ଶିଶୁଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି