ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୬ ତମ ପ୍ରତିଷ୍ଠା ଦିବସ ପାଳିତ l

ରମ୍ଭା : ୧୪.୦୭.୨୫

(ମିଥୁନ ବାରିକ୍)

ରମ୍ଭା : ରମ୍ଭା ନିକଟସ୍ଥ ସାବୁଳିଆରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷ।କେନ୍ଦ୍ରର ୨୬ ତମ ପ୍ରତିଷ୍ଠା ଦିବସ ଅଧ୍ୟକ୍ଷା କେ. ବେଦମତୀ ପାତ୍ରଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମହେଶ୍ୱର ବରାଡ଼ ରହିଥିଲେ l ମ୍ୟାନେଜିଙ୍ଗ ଟ୍ରଷ୍ଟି ଗୋପାଳକୃଷ୍ଣ ସେନାପତି ମାତୃ ପତକା ଉତ୍ତୋଳନ କରିଥିବା ବେଳେ ଗୀତାଞ୍ଜଳି ସେନାପତି ମାତୃ ବନ୍ଦନା କରିଥିଲେ l ସଭା ପରିଚାଳନା ଲକ୍ଷ୍ମୀବାଇ ଦଳାଇ କରିଥିଲେ ଏବଂ ମାତୃ ପତକାକୁ ପୁନଃ ସମ୍ମାନ ଜଣାଇ ବେତାମତି ସେନାପତି ଅନୁଷ୍ଠାନ ସମ୍ପର୍କ ରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମ ପୂର୍ବରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କାର୍ଯ୍ୟଗୀତ, ବକୃତା ପ୍ରଦାନ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କର ଫ୍ଲାଗ ମାର୍ଚ୍ଚ,ପରେଟ ଏବଂ ଗୁରୁମା ମାନଙ୍କ ପ୍ରାର୍ଥନାକୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ଅପା ଭାଇ ଭଉଣୀ ଓ ଛାତ୍ର ଛାତ୍ରୀମାନେ ସହଯୋଗ କରିଥିଲେ l ପରିଶେଷରେ ପରିଚାଳନା ନିର୍ଦ୍ଧେଶକ ଗୋପାଳ କୃଷ୍ଣ ସେନାପତି ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ।

Leave a Reply

Your email address will not be published. Required fields are marked *