

ଉମରକୋଟ : .୨୭.୦୬.୨୦୨୫
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଇ ଆସୁଅଛି । ସେହି ଭଳି ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ମଧ୍ୟ ଆଜି ମହା ଆଡମ୍ବରରେ ପାଳିତ ହୋଇଛି ରଥଯାତ୍ରା। ସକାଳୁ ମହାପ୍ରଭୁଙ୍କ ନୀତି କାନ୍ତି ସରିବା ପରେ ସ୍ଥାନୀୟ ଶ୍ରଦ୍ଧାଳୁ ଙ୍କ ଦ୍ଵାରା ପହଣ୍ଡି ବିଜେ ହୋଇ ରଥ ଉପରେ ସ୍ଥାପନ ହେଲେ ଚତୁର୍ଦ୍ଧା ମୂର୍ତ୍ତି। ସ୍ଥାନୀୟ ତହସିଲଦାର ମେଗମୋହନ ବାଘ ଙ୍କ ଦ୍ଵାରା ଛେରା ପହଁରା ପରେ ଆରମ୍ଭ ହୋଇଥିଲା ରଥଟଣା। ମହାପ୍ରଭୁଙ୍କ ଏହି ପବିତ୍ର ଘୋଷ ଯାତ୍ରା ରେ ମନ୍ଦିର ରାଜପୁରୋହିତ ଗୌରହରି ମିଶ୍ର, ତ୍ରିନାଥ ମିଶ୍ର ଓ ମନ୍ଦିର କମିଟି ର ଦ୍ଵାରିକା ପାଣିଗ୍ରାହୀ, ପ୍ରଶାନ୍ତ କୁମାର ସାହୁ, ଭୈରବ ମିଶ୍ର, ଗଜେନ୍ଦ୍ର ନାୟକ, ରଜତ ସନ୍ତ୍ରା, ମିଳୁ ପଣ୍ଡା, ଅଶୋକ ପାଢ଼ୀ, ରାମ ନାୟକ ସହ ଶତାଧିକ ଭକ୍ତଙ୍କ ସମାଗମରେ ରଥ ଟଣା ଆରମ୍ଭ ହୋଇଥିଲା।
ଉମେରକୋଟ ରୁ ସନ୍ତୋଷ ଦଳାଇ ରିପୋର୍ଟ, ଉମେରକୋଟ