ଉତ୍କଳମଣି ଗୋପବନ୍ଧୁ ଙ୍କ ଶ୍ରାଦ୍ଧ ଦିବସ ପାଳିଲା :ଓୟୁଜେ


ଗୋପବନ୍ଧୁ ଙ୍କ ସେବା ଓ ତ୍ୟାଗ ଅବିସ୍ମରଣୀୟ,: ଓୟୁଜେ
///////**
ପୁଣ୍ୟାତ୍ମା ଗୋପବନ୍ଧୁ ଆମର ନମସ୍ୟ: ଓୟୁଜେ

ବାଲେଶ୍ଵର : ଉତ୍କଳର ବରପୁତ୍ର ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ଆଜି ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତି ଭାବନା ସହ ଓଡିଶା ସାମ୍ୱାଦିକ ୟୁନିୟନ ବାଲେଶ୍ଵର ଜିଲ୍ଲା ଶାଖା ପକ୍ଷରୁ ପବ୍ଲିକ ସ୍କୁଲ ପରିସରରେ ପାଳିତ ହୋଇଯାଇଛି। ଏହି ଅବସର ରେ ଉତ୍କଳମଣି ଙ୍କ ପ୍ରତିମୂର୍ତ୍ତୀରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରେମୁଣା ର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଧ୍ଵନି ପ୍ରତିଧ୍ଵନି ର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା,ବିଶିଷ୍ଟ କବି ପ୍ରଶାନ୍ତ କୁମାର ଦାସ, ସମାଜ ର ପୂର୍ବତନ ଶାଖା ପରିଚାଳକ ମଧୁସୂଦନ ଦାସ ପ୍ରମୁଖ ଯୋଗଦେଇ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଜୀବନୀ,ତାଙ୍କ ଦ୍ଵାରା ପ୍ରତିଷ୍ଠିତ ସମାଜ ଖବର କାଗଜ ର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଛାତ୍ର ଛାତ୍ରୀ ମାନେ ଗରୀବ,ଅସହାୟ,ଅବହେଳିତ,ଲୋକଙ୍କ ଲାଗି ଆବଶ୍ୟକ ହେଉଥିବା ସାହାଯ୍ୟ, ସହଯୋଗ କୁ କାର୍ଯ୍ୟକାରୀ କରିବା ପାଇଁ ,ତ୍ୟାଗ,ପରୋପକାର, ଭଳି ଗୁଣ ସମ୍ପନ୍ନ ହେବାକୁ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ମାନେ ପରାମର୍ଶ ଓ ଦିଗଦର୍ଶନ ଦେଇଥିଲେ। ଓୟୁଜେ ଜିଲ୍ଲା ଶାଖା ସଭାପତି ଗଙ୍ଗାଧର ରାଉତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଟ ସଦସ୍ୟ ଅଜିତ କୁମାର ମହାନ୍ତି, ଅଧିପ କୁମାର ଜେନା,ମହେଶ୍ୱର ପ୍ରଧାନ , ପବ୍ଲିକ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ମଣି ସାହୁ, ସହକାରୀ ଶିକ୍ଷକ ସବିତା ପରିଡ଼ା, ଖେଳ ଶିକ୍ଷକ ଶାନ୍ତିଲତା ସେଠୀ ଙ୍କ ସମେତ ବହୁ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ୟୁନିଅନର ସଦର ବ୍ଲକ୍ ସଂଯୋଜକ ହାଇଦର ଖାନ ସ୍ବାଗତ ଭାଷଣ ଦେଇଥିବା ବେଳେ ବରିଷ୍ଟ ସଦସ୍ୟ ହିମାଂଶୁ ଦାସ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *