ଉମରକୋଟ ନାଗରିକ ମଞ୍ଚ ତରଫରୁ ହତ୍ୟା ଦିବସ ପାଳନ

. ଉମରକୋଟ : ( ସନ୍ତୋଷ ଦଳାଇ ଙ୍କ ରିପୋର୍ଟ) : ତା26:6:2025 – ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଗୁଳିପାଟଣା ସ୍ଥିତ ବାବା ବୈଦେନାଥେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଜୁନ ୨୬ ତାରିଖ ଦିନ ଉମରକୋଟ ନାଗରିକ ମଞ୍ଚ ତରଫରୁ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଇଛି। କଂଗ୍ରେସ ସରକାରଙ୍କ ଆପାତ କାଳ ଘୋଷଣା ଦିନ କୁ ସମ୍ବିଧାନ ହତ୍ୟା ବା କଳା ଦିବସ ରୁପେ ପାଳନ କରାଯାଇଛି। ଯେଉଁ ଲୋକମାନେ ଏହି ଦେଶର ସମ୍ବିଧାନର ଗରିମା ପ୍ରତି ସମର୍ପିତ ହୋଇ ଏହି ଦିନରେ କଂଗ୍ରେସ ସରକାର ଙ୍କ ବିରୋଧ ର ଆନ୍ଦୋଳନ ର ଆହ୍ୱାନ କରି କାରବରଣ ହୋଇ ଥିଲେ। ଏହି ସମୟରେ ଅଭିବକ୍ତ କୋରାପୁଟ ଜିଲ୍ଲା ର ଅନେକ ସଂଗ୍ରାମୀ ଏହାର ପ୍ରତିବାଦ କରି ଜେଲ ଦଣ୍ଡ ଭୋଗୀ ଥିଲେ। ସେମାନେ ଙ୍କ ମଧ୍ୟରୁ ଉମରକୋଟ ଅଞ୍ଚଳର ଜଣେ ଜଣାଶୁଣା ସଂଗ୍ରାମୀ ବ୍ୟକ୍ତି ତଥା ବରିଷ୍ଟ ଆଇନଜୀବୀ ଜୟଦେବ ପରିଡା ୨୮ ବର୍ଷ ବୟସରେ ୧୯୭୫ ମସିହାରେ ଏହି ଆନ୍ଦୋଳନ ରେ ସାମିଲ ହୋଇ ୧୮ ମାସ କାଳ ଜେଲ ଦଣ୍ଡ ଭୋଗିଥିଲେ। କେନ୍ଦ୍ରରେ ପୂର୍ବ ସରକାରରେ ଥିବା ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ଵାଧିନ କଂଗ୍ରେସ ସରକାର ୨୫ ଜୁନ ୧୯୭୫ ରେ ଭାରତୀୟ ଲୋକତନ୍ତ୍ରରେ ଯେଉଁ କଳଂକ ଲଗାଇଥିଲା, ଭାରତର ସମ୍ବିଧାନର ନିୟମାବଳିକୁ ଉଲଙ୍ଘନ କରି ଲୋକତନ୍ତ୍ରର ସମ୍ପୂର୍ଣ୍ଣ ଧଜିଆ ଉଡାଯାଇଥିଲା । ଶାସନ କରିବା ମନସା ଏବଂ ପରବର୍ତ୍ତି ସମୟରେ ନିର୍ବାଚନ ହାରିବା ଭୟରେ କଂଗ୍ରେସ ସରକାର ଯେଉଁ ଆପାତକାଳ ଘୋଷଣା କରି ଯେଉଁ କଳଂକ ଲଗାଇଥିଲା ତାକୁ କେବେ ମଧ୍ୟ ଭୁଲା ଯାଇପାରିବ ନାହିଁ । କଂଗ୍ରେସ ସରକାର ଭାରତୀୟ ଲୋକତନ୍ତ୍ର ବ୍ୟବସ୍ଥା ରେ ଯେଉଁ ଭୁଲ କରିଛି ସମସ୍ତ ନାଗରିକ ଜନ ସାଧାରଣ ଏ ବିଷୟରେ ଜାଣିବା ଉଚିତ ବୋଲି ଆଜି ଏହି ଦିନକୁ କଳା ଦିବସ ରୁପେ ପାଳନ କରାଯାଇଛି। ଏହି ଅଭୁଲା ଦିନ କୁ ମନେ ପକାଇ ଉମରକୋଟ ନାଗରିକ ମଞ୍ଚ ଶ୍ରୀ ପରିଡା ଙ୍କୁ ସମ୍ବର୍ଦ୍ଧନାଙ୍କୁ ଜଣାଇ ତାଙ୍କୁ ଉପଢୌକନ ଦେଇ ସମ୍ମାନ ଜଣାଇ ଥିଲେ ଏବଂ ତାଙ୍କ ହସ୍ତରେ କିଛି ବୃକ୍ଷ ରୋପଣ କରାଇଥିଲେ। ଏହି ସମୟକୁ ମନେ ପକାଇ ନିଜ ଜୀବନରେ ଘଟିଥିବା ଦିନକୁ ନିଜ ଭାଷଣରେ ବଖାଣି ଥିଲେ। ଏହି ବୌଠକରେ ମୁଖ୍ୟ ଅତିଥି ରୁପେ ସଂଗ୍ରାମୀ, ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ଜୟଦେବ ପରିଡା, ଅବସର ପ୍ରାପ୍ତ ସ୍ତ୍ରୀ ରୋଗ ବିଶେସଜ୍ଞ ଡ଼କ୍ଟର ସୁରନ୍ଦ୍ରନାଥ ପରିଡା, ସାଂସଦ ପ୍ରତିନିଧି ରାମ ନାୟକ, ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଶ୍ରୀନିବାସ ପଟ୍ଟନାୟକ ଓ ଉମେରକୋଟ ଅଞ୍ଚଳର ବହୁ ବୁଦ୍ଧି ଯିବି ମହିଳା ଓ ସତଧିକ ଜନ ସାଧାରଣ ଉପସ୍ଥିତ ଥିଲେ। ସଭା ଶେଷରେ ଗଣେଶ ରଣା ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା କାର୍ଯ୍ୟ ଶେଷ କରିଥିଲେ।

Leave a Reply

Your email address will not be published. Required fields are marked *