
ଚଣ୍ଡିଖୋଲ : ୨୪/୬(କ ବ୍ୟୂ) : କୁହାଯାଏ ପୋଲିସବାଲା ସବୁବେଳେ ଚୋର ଡକାୟତ, ଥାନା, କୋର୍ଟ କଚେରୀରେ ବ୍ୟସ୍ତ ରହି ଆଧ୍ୟାତ୍ମିକ ଚେତନାର, ଭଗବାନ, ଭଗବତ ଚିନ୍ତନ,ସାମାଜିକ ସେବା, ସମାଜସେବା ଅ ମାନବିକତା କର୍ତ୍ତବ୍ୟ କରିବାକୁ ସମୟ ପାଇ ନ ଥାନ୍ତି। ମାତ୍ର ବଡଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରା ଏହାର ବ୍ୟତିକ୍ରମ।ନିଜର ଦାୟୀତ୍ବ, କର୍ତ୍ତବ୍ୟ, ଓ ବୃତ୍ତିଗତ ଜୀବନ ଜୀବିକା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି, ସତ୍ୟନିଷ୍ଠ, ନିର୍ଭୀକ, ନିରପେକ୍ଷ ବିଚାର କରି ଜନସାଧାରଣ ମାନଙ୍କୁ ଉପକୁକ୍ତ ନ୍ୟାୟ ପ୍ରଦାନ କରିବା ସହିତ ନିର୍ଯାତିତ, ନିଷ୍ପେସିତ,ଅବହେଳିତ, ଓ ଅସହାୟ ମାନଙ୍କୁ ସାହାଯ୍ୟ ସହଯୋଗ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ବଡଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରା। ଗତ କାଲି ବିଳମ୍ୱିତ ରାତିରେ ରାତ୍ରୀ କାଳୀନ ପ୍ୟାଟ୍ରୋଲିଂ କରୁଥିବା ସମୟରେ ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଏକ ଗୋଡ ହରାଇଥିବା ଦିବ୍ୟlଙ୍ଗ ଯୁବକ ବର୍ଷାରେ ଭିଜି ଭୋକ ଉପାସରେ ଏଣେତେଣେ ବୁଲୁ ଥିବାର ଦେଖିବାକୁ ପାଇଥିଲେ। ଥାନା ଅଧିକାରୀ ମଧୁସ୍ମିତା ବେହେରା ଅସହାୟ ଯୁବକଙ୍କ ନିକଟକୁ ଯାଇ ତାଙ୍କୁ ଏକ ଗାମୁଛାରେ ତାଙ୍କ ଦେହ ଘୋଡ଼ାଇ ଦେବା ସହିତ କିଛି ଖାଦ୍ୟ ଓ ପାନୀୟ ଦେଇ ଏକ ସୁରକ୍ଷିତ ସ୍ଥାନରେ ବସାଇଥିଲେ। ଥାନା ଅଧିକାରୀ ଙ୍କ ଏତାଦୃଶ ସାହାଯ୍ୟ ସହଯୋଗ ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି।