
ଚଣ୍ଡିଖୋଲ ୨୬/୬(କବ୍ୟୁ)
ରାଜ୍ୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ଭାବେ ବୃଦ୍ଧି ପାଉଥିବା ଥିବା ବେଳେ ରାଜ୍ୟ ବିଜେପି ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରି ବଡଚଣା ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆଜି ସକାଳ ୧୦ଟା ସମୟରେ ଯାଜପୁର ଜିଲ୍ଲାର ସମସ୍ତ ପ୍ରମୁଖ ମହାବିଦ୍ୟାଳୟ ରେ ଆନ୍ଦୋଳନ ଓ ପ୍ରତିବାଦ କରାଯିବା ସହିତ ଯୁବ ଛାତ୍ର ବିଜେଡ଼ି କର୍ମୀ ମାନେ କଳା ବ୍ୟାଚ ପରିଧାନ କରି ବା ସହିତ ମୁଖ୍ୟ ମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରିବେ। ରାଜ୍ୟରେ ଆଇନ୍ ଶୃଙ୍ଖଳା ଦିନକୁ ଦିନ ବିପର୍ଜସ୍ଥ ହୋଇ ପଡ଼ୁଛି। ଯୁବତୀ ମାନଙ୍କୁ, ଦୁଷ୍କର୍ମ, ଅପହରଣ, ହତ୍ୟା ଘଟଣା ପ୍ରତିଦିନ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଉଛି। ଗୋପାଳପୁର ଭଳି ଏକ ପର୍ଯ୍ୟଟନ ସ୍ଥଳ ରେ ଜଣେ ଯୁବତୀ ଙ୍କ ପୁରୁଷ ବନ୍ଧୁ ଙ୍କୁ ଗଛରେ ବାନ୍ଧି ତାଙ୍କ ସାମ୍ନାରେ ଗଣ ଦୁଷ୍କର୍ମ କରାଗଲା । ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଳା କେନ୍ଦୁଝରରେ ମଧ୍ୟ ଏକ ଦୁଃଖଦ ଘଟଣା ଘଟିଥିଲା। ରାଜ୍ୟରେ ପ୍ରାୟ ପ୍ରତିଦିନ ୧୫ଜଣ ଯୁବତୀ ଗଣ ଦୁଷ୍କର୍ମର ଶିକାର ହେଉଛନ୍ତି। ଏଭଳି ସମ୍ବେଦନଶିଳ ପ୍ରସଙ୍ଗରେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ଓ ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ରେ ରଖିବା ପାଇଁ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟ ସରକାର ଙ୍କୁ ଚେତାଇ ଦେବା ଉଦ୍ୟେଶରେ ରାଜ୍ୟ ବ୍ୟାପିଯୁବ ଛାତ୍ର ଆନ୍ଦୋଳନ କରା ଯାଉଅଛି। ଏହି ଅବସରରେ ଆଜି ବଡଚଣା ବ୍ଲକ୍ ଅନ୍ତର୍ଗତ ଚଣ୍ଡିଖୋଲ ସ୍ଥିତ ବାବା ଭୈରବl ନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ, ମହାପୁରୁଷ ହlଡ଼ିଦାସ ମହାବିଦ୍ୟାଳୟ ଛତିଆ ସମୁଖରେ ବିଜେଡ଼ି ଯୁବଛାତ୍ର, ପକ୍ଷରୁ ବିକ୍ଷୋଭ ପ୍ରତିବାଦ ସଭା ଆୟୋଜନ ହେବା ସହ ମୂଖ୍ୟ ମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଆନ୍ଦୋଳନରେ ବଡଚଣା ଯୁବ ବିଜେଡ଼ି ସଭାପତି ଗଣେଶ୍ଵର ବରାଳ, ସଞ୍ଜୀବ ସାମଲ, ଅଶ୍ଵିନୀ ବଳ, ସୁଜିତ୍ ରାଉତ, ସ୍ନେହା ସିସ ମହାପାତ୍ର, ଙ୍କ ନେତୃତ୍ଵରେ ପ୍ରଦିପ କୁମାର ମହାନ୍ତି, ପ୍ରଶାନ୍ତ କୁମାର ବଳ, କମୃଜ ଜମା ଖାଁ, ସତ୍ୟବ୍ରତ ସାମଲ, ଆମ୍ବୁଜ ମୁଦୁଲି, ଜଗନ୍ନାଥ ମୁଦୁଲି ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇଥିଲେ।