ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେଡ଼ି ର ଦୀପ ଦାନ

ଚଣ୍ଡିଖୋଲ : ୨୩/୬(କବ୍ୟୂ) ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ର ନେତା ଓ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ସର୍ଭିକଲ ଆଥ୍ରାଟିକ୍ସ ଚିକିତ୍ସା ଲାଗି ଗତ ୨୦ତାରିଖରେ ମୁମ୍ବାଇ ସ୍ଥିତ କୋକିଳାବେନ ଧିରୁଭାଇଆମ୍ବାନୀ ହସ୍ପିଟାଲ ଆଜି ସଫଳତାର ସହିତ ଅସ୍ତ୍ରୋପଚାର ହୋଇଛି। ନିଜ ପ୍ରିୟ ସର୍ବୋଚ୍ଚ ନେତା ଙ୍କ ସଫଳ ଚିକିତ୍ସା ଆଶୁ ଆରୋଗ୍ୟ କାମନା ଓ ନିରାମୟ ଦୀର୍ଘାୟୁ କାମନା କରି ଆଜି ବଡଚଣା ବିଜେଡ଼ି ପକ୍ଷରୁ ପ୍ରସିଦ୍ଧ ଶୈବପୀଠ ମହା ବିନାୟକ ମନ୍ଦିର ରେ ପୂଜାର୍ଚ୍ଚନା ଓ ଅଖଣ୍ଡ ଦୀପ ଦାନ କରଯାଇଥିଲା।ବଡଚଣା ବ୍ଲକ୍ ବିଜେଡ଼ି ସଭାପତି ତାପସ ରାୟ ଙ୍କ ନେତୃତ୍ଵରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ,ଜଗନ୍ନାଥ ମୁଦୁଲି, ପ୍ରଦୀପ୍ତ କୁମାର ମହାନ୍ତି, ଦମୟନ୍ତୀ ସାମଲ, ନିରଂଜନ ବିଶ୍ବାଳ, ଦେବେନ୍ଦ୍ର ଜେନା, ରମେଶ ଚନ୍ଦ୍ର ପୃଷ୍ଟି, ଦୀପ୍ତି ରଞ୍ଜନ ସାମଲ, ସଞ୍ଜୀବ ନାୟକ ପ୍ରମୁଖ ଶତାଧିକ ବିଜେଡ଼ି କର୍ମୀ ଉପସ୍ଥିତ ରହି ନବୀନ ବାବୁ ଶୀଘ୍ର ସୁସ୍ଥ ହୋଇ ଓଡ଼ିଶା ଫେରି ଆସିବା ସହିତ ଓଡ଼ିଶା ବାସୀ ଙ୍କ ସେବାରେ ନିଜକୁ ସାମିଲ କରିବା ପାଇଁ ପ୍ରଭୂ ପଞ୍ଚ ଦେବତା ଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Leave a Reply

Your email address will not be published. Required fields are marked *