
ପାଲଲହଡା ୩୧/୩ (ନିପ୍ର )ପାଳଲହଡା ଗଡଜାତ ର ଐତିହ୍ୟ, ପରମ୍ପରା, ସଂସ୍କୃତି, ଲୋକକଳା ର ଉତ୍ସବ ପାଳଲହଡ଼ା ମହୋତ୍ସବ ୨୦୨୫ ରବିବାର ଠାରୁ ପାଳଲହଡା ଷ୍ଟାଡିୟମ ଠାରେ ଆରମ୍ଭ ହୋଇ ଥିବା ବେଳେ ସୋମବାର ଦ୍ୱିତୀୟ ସନ୍ଧ୍ୟାରେ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଶ୍ରମ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମସିଂ ଖୁଣ୍ଟିଆ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିବାବେଳେ ପରଜଙ୍ଗ ବିଧାୟକ ବିଭୂତି ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ।ସେହିପରି ସମ୍ମାନିତ ଅତିଥି ଭାବେ ହିନ୍ଦୋଳ ବିଧାୟିକା ସୀମା ରାଣୀ ନାଏକ, ପୋଲିସ ଡିଆଇଜି ସତ୍ୟବ୍ରତ ଭୋଇ, ପ୍ରାକ୍ତନ ସାଂସଦ ଦେବଗଡ ତଥା ପ୍ରାକ୍ତନ ବିଧାୟକ ରବି ନାରାୟଣ ପାଣି, ଡିଏଫଓ ଦେବଗଡ଼ ମଗର ଧନଜି ରାଓସୋ ଏବଂ ସିନେମା କଳାକାର ଶ୍ରୀତମ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।ପାଳଲହଡା ମହୋତ୍ସବ କମିଟିର ର ଅଧକ୍ଷ ତଥା ପାଲଲହଡା ବିଧାୟକ ଅଶୋକ ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାଲଲହଡ଼ା ଉପଜିଲ୍ଲାପାଳ ତଥା ଆବାହକ ରବୀନ୍ଦ୍ର କୁମାର ପଟେଲ ମଂଚ ପରିଚାଳନା କରିଥିଲେ।
ପାଳଲହଡା କୁ ଦ୍ରୁତ ବିକାଶ କ୍ଷେତ୍ରରେ ଆଗେଇ ନେବାପାଇଁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ ବିଧାୟକ ଅଶୋକ ମହାନ୍ତି. ପାଳଲହଡାରେ ଐତିହାସିକ ମହୋତ୍ସବ ଆୟୋଜନ କୁ ନେଇ ହିନ୍ଦୋଳ ବିଧୟିକା ସୀମାରାଣୀ ନାୟକ ପାଳ ଲହଡା ବିଧାୟକ ଙ୍କ ଭୁୟସୀ ପ୍ରଶଂସା କରିଥିଲେ.. ଏ ଅଂଚଳ ର ପ୍ରତ୍ୟକ ବ୍ୟକ୍ତି ମୋ ପାଇଁ ଭଗବାନ ଏବଂ ମୁଁ ପାଳଲହଡା ବାସୀଙ୍କ ଠାରେ ଋଣୀ ବୋଲି ରବି ପାଣି ପ୍ରକାଶ କରିଥିଲେ.
ଓ଼ଡିଶା ରାଜ୍ୟରେ ପାଳଲହଡାର ସ୍ୱତନ୍ତ୍ର ସ୍ଥାନୀୟ ରହିଛି. ପାଳ ଲହଡା ଠାରୁ ଆମ ପୋଲିସ ବିଭାଗ ବେଶୀ ସହଯୋଗ ପାଇଛି. ପୋଲିସ ବି ଲୋକଙ୍କୁ ନ୍ୟାୟ ଦେବାପାଇଁ ଚେଷ୍ଟା କରିବୁ. ସମସ୍ୟାକୁ ଜଲଦି ସୁଧାରିବା ପାଇଁ ଚେଷ୍ଟା କରାଯାଉଛି. ସବୁ ଥାନାକୁ ଆଉ ଗୋଟେ ଲେଖାଏଁ ଚାରି ଚକିଆ ଗାଡି ଓ ଅଫିସର ମାନଙ୍କୁ ବାଇକ ଯୋଗାଇ ଦିଆଯିବ. ଏହାଦ୍ୱାରା କୌଶସୀ ସମସ୍ୟା କିମ୍ବା ଘଟଣା ଘଟିଲେ ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ସମାଧାନ ସହିତ ତ୍ୱରିତ ପଦକ୍ଷେପ ନେଇ ପାରିବ ବୋଲି ଡି ଆଇ ଜି ସତ୍ୟବ୍ରତ ଭୋଇ ପ୍ରକାଶ କରିଥିଲେ. ମୁଖ୍ୟ ବକ୍ତା ବିଭୁତି ଭୂଷଣ ପ୍ରଧାନ କହିଥିଲେ ଯେ, ପାଳଲହଡା ବିଭିନ୍ନ ଶିଳ୍ପ କରିଡ଼ର ର କେନ୍ଦ୍ରାଞ୍ଚଳ ରେ ଥିବାରୁ ଏହାର ଭବିଷ୍ୟତ ଉଜ୍ଜଳ ରହିଛି.
ସମସ୍ତ ଅତିଥିଙ୍କୁ ସ୍ମୃତି ଫଳକ ଦେଇ ସମ୍ମାନିତ କରାଯାଇ ଥିଲା. ବିଶ୍ୱ ବିକାଶ ହୋ କଲଚର ଗ୍ରୁପ ଙ୍କ ଆଦିବାସୀ ନୃତ୍ୟ, ସ୍ବପ୍ନ ସିଂହା ଙ୍କ ଓଡିଶୀ ନୃତ୍ୟ, ଜଗନ୍ନାଥ ଗ୍ରୁପ ର ମୋ ଜଗା କାଳିଆରେ, କଳାବିକାଶ କେନ୍ଦ୍ର ର ସମ୍ବଲପୁରୀ ଡାନ୍ସ, ଚଷା ଗୁରୁଜାଙ୍ଗ ହାଇସ୍କୁଲ ଛାତ୍ରଛାତ୍ରୀ ଙ୍କ ପିରାମିଡ଼ ଡାନ୍ସ, ଏସ ଏସ ଭି ଏମ କଣିହାଁ ର ସମ୍ବଲପୁରୀ ଡାନ୍ସ, ପାଲଲହଡା ଓଡିଶା ଆଦର୍ଶ ବିଦ୍ୟାଳୟ ର ସମ୍ବଲପୁରୀ ନୃତ୍ୟ, ତାଳଚେର ଅମୃତ ଅନୁଷ୍ଠାନ ର ଡାନ୍ସ ଦର୍ଶକଙ୍କୁ ବାନ୍ଧି ରଖିଥିବା ବେଳେ ଇଣ୍ଡିଆନ ଆଇଡଲ ଫେମ ଅରୁଣିତା ଏବଂ ସାଥି କଳାକାର ଙ୍କ ମନମୁଗ୍ଧକର ସଙ୍ଗୀତ ଦର୍ଶକ ମାନଙ୍କୁ ମତୁଆଲା କରିଥିଲା। ମିନାବଜାର, ପଲିଶ୍ରୀ ମେଳା ର ମଜା ଲୋକମାନେ ବହୁତ ଉତ୍ସାହ ର ସହିତ ଉପଭୋଗ କରୁଥିଲେ। ଆଖପାଖ ଅଞ୍ଚଳର ହଜାର ହଜାର ଲୋକଙ୍କର ସମାଗମ ମହୋତ୍ସବ କୁ ବେଶ୍ ରୋମାଞ୍ଚକର କରୁଅଛି।