ପବିତ୍ର ଈଦ୍-ଉଲ୍-ଫିତର ର ପର୍ବ ମହା ଆଡମ୍ବର ସହ ପାଳିତ, ଇଦଗାହ ପଡ଼ିୟାରେ ଅଦା କଲେ ସାମୁହିକ ନମାଜ ପାଠ

ରାଜଗାଙ୍ଗପୁର:- ସୋମବାର, ୩୧ ମାର୍ଚ୍ଚ ୨୦୨୫ ରେ ରାଜଗାଙ୍ଗପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଇଦ୍-ଉଲ୍-ଫିତର ର ପର୍ବ ମହାଆଡ଼ମ୍ବର, ଆନନ୍ଦ ଏବଂ ଧୁମଧାମରେ ପାଳିତ ହୋଇଯାଇଛି । ସକାଳ ୭:୩୦ ଘଟିକାରେ, ରାଜଗାଙ୍ଗପୁର ସ୍ଥିତ ଇଦଗାହ ପଡ଼ିଆରେ ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ସାମୂହିକ ଭାବରେ ନମାଜ ପାଠ କରିଥିଲେ। ସକାଳ ୭:୩୦ ଘଟିକାରେ ଇଦଗାହ ପଡ଼ିଆରେ, ୭:୪୫ ରେ ମକବୁଲ ମସଜିଦ, ୮:୦୦ ଘଟିକା ଇଦଗାହ ମସଜିଦରେ ଏବଂ ୮:୩୦ଘଟିକା ଜାମା ମସଜିଦରେ ଇଦ-ଉଲ-ଫିତର ନମାଜ ପାଠ କରାଯାଇଥିଲା। ଏହି ସମୟରେ ଲୋକମାନେ ଦେଶରେ ଶାନ୍ତି, ଶୃଙ୍ଖଳା ଏବଂ ଭାଇଚାରା ପାଇଁ ପ୍ରାର୍ଥନା କରିଥିଲେ । ସମସ୍ତ ମସଜିଦ ଓ ଇଦଗାହ ସମେତ ବିଭିନ୍ନ ମୁସଲିମ ବହୁଳ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବରେ ଇଦ ନମାଜ ପାଠ କରାଯାଇଥିଲା; ଏହି ସମୟରେ, ମୁସଲିମ ସମ୍ପ୍ରଦାୟର ଲୋକଙ୍କ ଏକ ବିରାଟ ଭିଡ଼ ଦେଖିବାକୁ ମିଳିଥିଲା । ନମାଜ ପାଠ କରିବା ପରେ, ମୁସଲିମ ସମ୍ପ୍ରଦାୟର ଲୋକମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ର ଶୁଭେଚ୍ଛା ଜଣାଇଥିଲେ ।
ଏଠାରେ ଉଲେଖ୍ୟଯୋଗ୍ୟ ଯେ ସୋମବାର ୪ ମାର୍ଚ୍ଚରେ ସାରା ଦେଶରେ ପବିତ୍ର ଇଦ୍ ପର୍ବ ପାଳନ କରାଯାଇଥିଲା। ଏହାକୁ ଈଦ-ଉଲ-ଫିତର କିମ୍ବା ମିଠି ଈଦ ମଧ୍ୟ କୁହାଯାଏ। ପବିତ୍ର ରମଜାନ ମାସର ଶେଷରେ ଇଦ-ଉଲ-ଫିତର ର ପର୍ବ ପାଳନ କରାଯାଏ। ଏହା ସହିତ ଉପବାସ ଏବଂ ରମଜାନ ମାସର ସମାପ୍ତି ଘଟେ। ସାରା ବିଶ୍ୱରେ ମୁସଲମାନମାନେ ବହୁତ ଆନନ୍ଦର ସହିତ ଇଦ୍ ପାଳନ କରନ୍ତି । ଏହି ଦିନ ଲୋକମାନେ ନୂତନ ପୋଷାକ ପିନ୍ଧନ୍ତି, ପରସ୍ପରକୁ ଆଲିଙ୍ଗନ କରନ୍ତି ଏବଂ ଇଦ୍ ମୁବାରକ୍ ଶୁଭେଚ୍ଛା ଜଣନ୍ତି।

ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର,

Leave a Reply

Your email address will not be published. Required fields are marked *