ବରିଷ୍ଠ ନାଗରିକ ଓ ମହିଳା ଙ୍କ ସମନ୍ନୟ ରକ୍ଷା କରିବା ପ୍ରୟାସ ।

ଛତ୍ରପୁର : ୨୬.୦୩.୨୫

(ମିଥୁନ ବାରିକ୍)

ଛତ୍ରପୁର : ଗଞ୍ଜାମ ପୋଲିସ ପକ୍ଷରୁ ଜନ ସମ୍ପର୍କ ବୃଦ୍ଧି କରିବା ଉଦ୍ଦେଶ୍ୟ ରେ ବୁଧବାର କ୍ରିକେଟ ଟୁର୍ନାମେଣ୍ଟ ଛତ୍ରପୁର ସ୍ଥିତ ପୋଲିସ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ୪ ଟିମ ଯୋଗ ଦେଇ ପଡିଆ ମଧ୍ୟକୁ ଆସିଥିଲେ । ମିଡ଼ିଆ ଏକାଦଶ , ଆର୍ଜିପଲ୍ଲୀ ଟିମ୍, ରମ୍ଭା ପୋଲିସ୍ ଟିମ୍ , ଏବଂ ଗଞ୍ଜାମ ଉପକୁଳ ଯୁବ ବର୍ଗ ଏବଂ ପୋଲିସ ଟିମ ଅଂଶ ଗ୍ରହଣ କରିଥିଲେ ଫାଇନାଲ ମ୍ୟାଚ ରେ ଆର୍ଜିପଲ୍ଲୀ ଟିମ ଚମ୍ପିୟାନ ହୋଇଥିଲା ଆର୍ଜିପଲ୍ଲୀ ଟିମ ୯୦ ରନ କରିଥିବା ବେଳେ ପୋଲିସ ଟିମ ୪୭ ରନ କରିଥିଲେ ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର ଯୋଗଦେଇ ବିଜେତା ଓ ରନର୍ସଅପ ଟିମ କୁ ଟ୍ରଫି ପ୍ରଦାନ କରିଥିଲେ ଉପକୁଳ ଅଞ୍ଚଳ ର ଲୋକ ସମ୍ପର୍କ ରକ୍ଷା ପାଇଁ ବିଭିର୍ଣ୍ଣ ମାଧ୍ୟମ ରେ ପୋଲିସ ଓ ଜନତା ନିକଟତର ହେବା ଲକ୍ଷ୍ୟ ରଖି ଏହି ଟୁର୍ନାମେଣ୍ଟ ଆୟୋଜନ ହୋଇଥିଲା l ଆଗକୁ ବରିଷ୍ଟ ନାଗରିକ, ମହିଳା ମାନଙ୍କ ସହିତ ବିଭିର୍ଣ୍ଣ ମାଧ୍ୟମରେ ସମନ୍ୱୟ ରକ୍ଷା ପ୍ରୟାସ କରାଯିବ ବୋଲି ଏସପି ଶୁଭେନ୍ଦୁ ପାତ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଏସପି ସୋମନାଥ ପୃଷ୍ଟି, ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ,ସହକାରୀ ଦୁର୍ଗପତି ( ଗୃହରକ୍ଷୀ ) କେ ସି ବେହେରା,ଛତ୍ରପୁର ଥାନା ଆଇଆଇସି ଦେବାଶିଷ ମହାନ୍ତି,ଚମାଖଣ୍ଡି ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ,ମେରାଇନ ଥାନା ଆଇଆଇସି ବିଦ୍ୟା ଭାରତୀ ନାୟକ,ପୋଲିସ ଆରଆଇ ଅମୁଲ୍ୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ଏଥିରେ ଧାରା ବିବରଣୀ ନରେନ୍ଦ୍ର କୁମାର ସାହୁ ଦେଇଥିଲେ ।

Leave a Reply

Your email address will not be published. Required fields are marked *