୧୩ ମାସ ହେଲା ବନ୍ଦ ହୋଇଛି ଅଙ୍ଗନ ୱାଡ଼ି କେନ୍ଦ୍ରଛୁଆ ଙ୍କ ଛତୁଆ ଅଣ୍ଡା ବନ୍ଦ ଅବିବହାକ ଅସନ୍ତୁଷ୍ଠ । ଅଙ୍ଗନବାଡି କର୍ମୀ ଙ୍କ ସପକ୍ଷରେ ବାହାରି ସଙ୍ଘ ର ଘେରାଉ

ଛତ୍ରପୁର : ୨୬.୦୩.୨୫

(ମିଥୁନ ବାରିକ୍)

ଛତ୍ରପୁର : ଗଞ୍ଜାମ ବ୍ଲଳ କୁଜିଢେପା ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ୧୩ ମାସ ହେଲା ବନ୍ଦ ରହିଛି ଏନେଇ ସମ୍ପୃକ୍ତ ଅଙ୍ଗନବାଡି କର୍ମୀ ଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଆକ୍ରୋଶମୂଳକ ବୋଲି ନିଖିଳ ଓଡ଼ିଶା ଅଙ୍ଗନଓ୍ବାଡ କମୀ ସଂଘ ଗଞ୍ଜାମ ଜ଼ିଲ୍ଲା ପକ୍ଷରୁ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଜ଼ିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ପରେ ସମସ୍ୟା ସମାଧାନ ନେଇ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ ଠାରୁ ପ୍ରତିଶୃତି ପାଇବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ଦୀର୍ଘ ମାସ ହେଲା ଗ୍ରାମବାସୀ ଓ ଅଙ୍ଗନବାଡି କର୍ମୀ ଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଗର୍ଭବତୀ ଓ ଶିଶୁମାନେ ସମସ୍ୟା ଦେଇ ଗତି କରୁଛନ୍ତି ଉକ୍ତ ଅଙ୍ଗନବାଡି କେନ୍ଦ୍ର ରେ ୯ ମାସ ହେଲା ବନ୍ଦ ରହିବା ପରେ ୩ ମାସ ହେଲା କେବଳ ଖାଦ୍ୟ କେନ୍ଦ୍ର ର ସହାୟିକା ଙ୍କ ଦ୍ୱାରା ବଣ୍ଟନ ହେଉଥିଲା ତାହା ମଧ୍ୟ ପୁଣି ବନ୍ଦ ହୋଇଯାଇଛି ଫଳରେ ଗର୍ଭବତୀ ଶିଶୁ ମାନେ ବିଶେଷ ପ୍ରଭାବିତ ହୋଇଛନ୍ତି ଖାଦ୍ୟ ଯୋଗାଣ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ ବଣ୍ଟନ, ପାଠପଢ଼ା ଓ ସରକାର ଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇପାରୁନି ଏନେଇ ଗତ ସପ୍ତାହ ରେ ଗ୍ରାମବାସୀ ଛତ୍ରପୁର ଆସି ଜ଼ିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କୁ ଭେଟି ଏସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଅଙ୍ଗନବାଡି କର୍ମୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ କାର୍ଯ୍ୟାନୁଷ୍ଠାନ ପାଇଁ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରତିଶୃତି ଦେଇଥିଲେ ଏବେ ଅପରପକ୍ଷ ଅଙ୍ଗନବାଡି କର୍ମୀ ଙ୍କ ସପକ୍ଷରେ ବାହାରିଥିବା ସଙ୍ଘ କୁ ପ୍ରତିଶୃତି ଦିଆଯାଇଛି ଏଥିରେ ସଙ୍ଘ ର ସଭାପତି ପ୍ରତିମା ଦାସ, ସମ୍ପାଦିକା ନିରୁପମା ପଟ୍ଟନାୟକ ଙ୍କ ସମେତ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *