ଘର ହିଁ ବିଦ୍ୟାଳୟ ପ୍ରକଳ୍ପ

ଛତ୍ରପୁର : ୨୪.୦୩.୨୫

(ମିଥୁନ ବାରିକ୍)

ଛତ୍ରପୁର : ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ନୂତନ ପ୍ରବେଶ କରିଥିବା ଶିଶୁମାନଙ୍କର ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପ୍ରଥମ ସୋପାନ ଅନୁଷ୍ଠିତ ହୋଇଯାଇଅଛି । ପରିଚାଳନା ସମିତିର ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ରୁପେ ସମ୍ଭାଗ ଶିଶୁବାଟିକାର ଶୈକ୍ଷିକ ସଂଯୋଜକ ଶ୍ରୀଯୁକ୍ତ ଅରୁଣ କୁମାର ବାଗ ଯୋଗ ଦେଇ ବିଦ୍ୟାଭାରତୀଙ୍କ ଯୋଜନାରେ ଶିଶୁ ବାଟିକା ଶିକ୍ଷା ଏବଂ ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶରେ ପିତାମାତାଙ୍କ ଭୂମିକା ବିଷୟରେ ମାର୍ଗଦର୍ଶନ କରିଥିଲେ। ପରିଚାଳନା କମିଟିର ସଦସ୍ୟ ରାମପ୍ରସାଦ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ସିମାଞ୍ଚଳ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନାଚାର୍ଯ୍ୟ ଶ୍ରୀ ରବୀନ୍ଦ୍ରନାଥ ଦାଶ ଉପସ୍ଥିତ ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶିଶୁ ବାଟିକାର ପ୍ରମୁଖ ଶ୍ରୀମତୀ ବି ସୁଶୀଳା କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ବରିଷ୍ଠ ଆଚାର୍ଯ୍ୟା କବିତା ବେହେରା,ଭି ସରସ୍ଵତୀ, ଇଲାରାଣୀ ମିଶ୍ର, ସୁନୀତା ଶତପଥୀ,ମଧୁମିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ବିଭିନ୍ନ ପ୍ରକାର ପ୍ରାୟୋଗିକ ପ୍ରସ୍ତୁତ କରି ତା’ର ଉପକାରିତା ବିଷୟରେ ଅଭିଭାବକଙ୍କୁ ଶିକ୍ଷାଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୫୭ଜଣ ଅଭିଭାବକ ଓ ଅଭିଭାବକ ଯୋଗ ଦେଇ ଥିଲେ।

Leave a Reply

Your email address will not be published. Required fields are marked *