*ଓଡ଼ିଶା ଉପକୂଳରେ ଦ୍ଵି ଦିବସୀୟ ସାଗର କବଚ ଅଭ୍ୟାସ ର ଉଦଯାପନ* 

ପାରାଦ୍ଵୀପ : ରାଜ୍ୟ ସାମୁଦ୍ରିକ ଉପକୂଳର  ସୁରକ୍ଷା ବ୍ୟବସ୍ଥାପନାକୁ ପରୀକ୍ଷଣ କରିବା ପାଇଁ ୧୯-୨୦ ମାର୍ଚ୍ଚ ୨୦୨୫ ରେ ଦୁଇ ଦିବସୀୟ ସୁରକ୍ଷା ଅଭ୍ୟାସ ‘ସାଗର କବଚ (ଓଡି)- ୦୧/୨୫’ ଅନୁଷ୍ଠିତ ହୋଇଯାଇଛି। ଏହି ଅଭ୍ୟାସ ସମୟରେ, ରାଜ୍ୟର ଉପକୂଳ ସୁରକ୍ଷା ମାନଦଣ୍ଡ ଗୁଡ଼ିକୁ ବ୍ୟାପକ ଅଭ୍ୟାସ ମାଧ୍ୟମରେ ପ୍ରମାଣିତ କରାଯାଇଥିଲା। ଏହି ଅଭ୍ୟାସଟି ତଟ ରକ୍ଷକ କମାଣ୍ଡର (ଉତ୍ତର ପୂର୍ବ) ଦ୍ୱାରା ସମନ୍ୱୟ କରାଯାଇଥିଲା।

ଅଭ୍ୟାସର ମୂଳ କେନ୍ଦ୍ର ରାଜ୍ୟ ଉପକୂଳ ସୁରକ୍ଷା ପରିଚାଳନା କେନ୍ଦ୍ର (SCSOC), ତଟ ରକ୍ଷକ ଜିଲ୍ଲା ମୁଖ୍ୟାଳୟ -୭, ପାରାଦୀପ  ରହିଥିଲା, ଯେଉଁଠାରେ ବିଭିନ୍ନ ଅଭ୍ୟାସ ପରିସ୍ଥିତିଗୁଡ଼ିକୁ ପରିଚାଳନା କରାଯାଇଥିଲା, ଯେପରି ଆତଙ୍କବାଦୀ ମାନେ ମାଛ ଧରିବା ଡଙ୍ଗା କୁ ଅପହୃତ  କରିବା, ଅବୈଧ ପଦାର୍ଥ ଚୋରାଚାଲାନ, ପଣ୍ୟବାହୀ ଜାହାଜକୁ ଅପହୃତ କରିବା, ବୋମା ବିସ୍ଫୋରଣ ଓ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଗୁଡ଼ିକରେ ଆକ୍ରମଣ କରିବା।ସମୁଦ୍ର ଓ ନଦୀରେ ଅଧିକାରୀକ ସୁରକ୍ଷା ରେ ଭାରତୀୟ ତଟ ରକ୍ଷକ, ଭାରତୀୟ ନୌବାହିନୀ, ସାମୁଦ୍ରିକ ପୋଲିସ୍, ରାଜ୍ୟ ପୋଲିସ୍, ବନ୍ଦର ଅଧିକାରୀ, କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ, ମତ୍ସ୍ୟ ବିଭାଗ, ରାଜ୍ୟ ଗୁଇନ୍ଦା ବିଭାଗ ଏବଂ କଷ୍ଟମ୍ସ ବିଭାଗ ଆଦି ଅଂଶଗ୍ରହଣ କରିଥିଲେ। ଏହି ସୁରକ୍ଷା ଅଭ୍ୟାସରେ ଜିଲ୍ଲା ପୋଲିସ୍ ଏବଂ ବନ୍ୟ ବିଭାଗ ମଧ୍ୟ ଅଂଶଗ୍ରହଣ କରିଥିଲେ। ଅନ୍ୟପକ୍ଷରେ, ମତ୍ସ୍ୟଜୀବୀମାନଙ୍କୁ ‘ସୁରକ୍ଷା ବଳର ‘ଆଖି ଏବଂ କାନ’ ଭାବରେ ସକ୍ରିୟ କରାଯାଇଥିଲା।

ମୁଖ୍ୟ ଅଭିଯାନ ମଧ୍ୟରେରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ, ତଟ ରକ୍ଷକ ଏବଂ ପୋଲିସ୍ QRT ବାହିନୀ ଦ୍ଵାରା ବିଶେଷ ଅଭିଯାନ ଏବଂ ଡ୍ରୋନ୍ ଅନୁସନ୍ଧାନ ଅନୁଷ୍ଠିତ ହୋଇଥିଲା।

ଓଡିଶା ରାଜ୍ୟର ୪୮୦ କିମି ବନ୍ଦର ଅଞ୍ଚଳରେ ୩.୬ ଲକ୍ଷ ମତ୍ସ୍ୟଜୀବୀ ଏବଂ ୧୯,୦୦୦ ଟି ମାଛଧରା ବୋଟ୍ କାର୍ଯ୍ୟରତ ଅଛି। ପାରାଦୀପ, ଧାମରା, ଓ ଗୋପାଲପୁର ବନ୍ଦର ଏବଂ ଅନ୍ୟାନ୍ୟ ବନ୍ଦର ଏହି ଅଞ୍ଚଳର ମୁଖ୍ୟ ସାମୁଦ୍ରିକ ସଂସ୍ଥାନ ଅଟେ। ଏହି ସଂସ୍ଥାନ ଗୁଡ଼ିକ ଓଡ଼ିଶା ର ପ୍ରମୁଖ ନଦୀ ମୁଖ ଓ ସାମୁଦ୍ରିକ ଉପକୂଳ ରେ ଅବସ୍ଥିତ ଥିବାରୁ ସୁରକ୍ଷା ବିଭାଗ  ପାଇଁ ଏହାର ସୁରକ୍ଷା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥାଏ।ଏହି ସୁରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା  ସମନ୍ୱୟ ଜରୁରୀ ଅଟେ। ଏଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର  ଏକାଠି ହୋଇ ଏପରି ଅଭ୍ୟାସ ଆୟୋଜନ କରି ସୁରକ୍ଷା ବ୍ୟବସ୍ଥା ର  ଯାଞ୍ଚ କରିଥାନ୍ତି।

ଅଭ୍ୟାସ ଦ୍ୱାରା ଉତ୍କୃଷ୍ଟ ପରିଚାଳନା  ଉପରେ ଉଚ୍ଚସ୍ତରରେ ଆଲୋଚନା କରାଯାଇଥିଲା ଏବଂ ଏହା ଆଧାରରେ ତଟ ସୁରକ୍ଷା ପ୍ରଣାଳୀ,  ଏବଂ ସମନ୍ୱୟ ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପାରାଦ୍ଵୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *