
ଚଣ୍ଡିଖୋଲ ୧୧/୩(କ ବ୍ୟୁ) : ନବ ନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ଙ୍କୁ ଭୁବନେଶ୍ଵର ସ୍ଥିତ ନିଜ ବାସଭବନ ରେ ଯାଜପୁର ଜିଲ୍ଲା କଂଗ୍ରେସ ଲୋକସଭା ପ୍ରଚାର କମିଟି ର ପୂର୍ବତନ ଅଧକ୍ଷ ମାଗୁଣି ଚରଣ ଜେନା ସୌଜନ୍ୟ ମୂଳକ ସାକ୍ଷାତ୍ କରିବା ସହିତ ଗତ କାଲି ସମଗ୍ର ଓଡିଶାରେ ନାରୀ ନିର୍ଯାତନା ବୃଦ୍ଧି ପାଇବା ବିରୁଦ୍ଧରେ କଂଗ୍ରେସ ଦଳ ପକ୍ଷରୁ ହୋଇଥିବା ଜିଲ୍ଲାପାଳ କାର୍ଯ୍ୟଳୟ ଘେରାଉ ର ସଫଳତା ପାଇଁ ଶ୍ରୀ ଜେନା ପି ସି ସି ସଭାପତି ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ , ଦଳିତ ମାନଙ୍କ ଉପରେ ବୃଦ୍ଧି ପାଉଥିବା ନିର୍ଯ୍ୟାତନା, ଭୁମି ହିନ ସମସ୍ୟା,କ୍ରୋମାଇଟ , ଓ ଟାଟାମାଇନ୍ସ ରେ ବ୍ୟାପକ ଅନିୟମିତତା, ମlଙ୍କିଡିଆ ଜନଜାତି ଙ୍କ ସମସ୍ୟା, ବେକାରୀ ସମସ୍ୟା, ସୁକିନ୍ଦାଖଣି , ଓ କଳିଙ୍ଗ ନଗର ଶିଳ୍ପାଞ୍ଚଳ ରେ ସ୍ଥାନୀୟ ଅଞ୍ଚଳ ର ଲୋକଙ୍କୁ ନିଯୁକ୍ତିସମସ୍ୟା, ଭାଗ ଚାଷୀ ସମସ୍ୟା, ଚାଷୀ ଙ୍କ ଅଭାବୀ ଧାନ ବିକ୍ରୀ, ପରିବା ଚାଷୀ ଙ୍କ ପାଇଁ ଶୀତଳ ଭଣ୍ଡାର ନିର୍ମାଣ, ଜୟ ବାପୁ, ଜୟ ଭୀମ, ଜୟ ସଂବିଧାନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ପିସିସି ସଭାପତି ଶ୍ରୀ ଦାସ ଆମ୍ବେଦକର ପ୍ରେମୀ ମାନଙ୍କୁ କଂଗ୍ରେସ ଦଳ ରେ ସାମିଲ କରିବା ସହିତ ଗ୍ରାମାଞ୍ଚଳରେ କଂଗ୍ରେସ ସଙ୍ଗଠନ କୁ ମଜବୁତ କରିବା ପାଇଁ ପରାମର୍ଶ ଦେଇଥିଲେ। ଶ୍ରୀ ଜେନାଙ୍କ ସହିତ ବହୁ କଂଗ୍ରେସ କର୍ମୀ ପିସିସି ସଭାପତି ଙ୍କୁ ସାକ୍ଷାତ କରି ଥିଲେ।