୬୩୮ କୋଟି ଦେଲେ ମୁଖ୍ୟ ମନ୍ତ୍ରୀ

ଛତ୍ରପୁର, ୮.୦୩.୨୫

(ମିଥୁନ ବାରିକ୍ )

ଛତ୍ରପୁର : ଗଞ୍ଜାମ ଜ଼ିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବ୍ରହ୍ମପୁରଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୬୩୮ କୋଟି ୩୨ ଲକ୍ଷ, ୮୨ ହଜାର ଟଙ୍କା ର ଭେଟି ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ୪୯୨ କୋଟି ୯୦ ଲକ୍ଷ ଟଙ୍କା ମୂଲ୍ୟର ୩୦ ଟି ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହିତ ପ୍ରାୟ ୧୪୫ କୋଟି ୪୨ ଲକ୍ଷ ୭୦ ହଜାର ଟଙ୍କାର ୫୧ଟି ପ୍ରକଳ୍ପର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡା, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଜେନା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ, ଆସ୍କା ଏମ୍‌ପି ଅନୀତା ଶୁଭଦର୍ଶନୀ, ଜ଼ିଲାର ବିଧାୟକଗଣ, ଗଞ୍ଜାମ ଜ଼ିଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *