
ଚଣ୍ଡିଖୋଲ : ୯/୩(କ ବ୍ୟୁ) : ରାଜ୍ୟ ସ୍ତରୀୟ ଏକ ସ୍ବେଛାସେବୀ ଅନୁଷ୍ଠାନ ‘ଓଡିଶା କ୍ରାନ୍ତିବାହିନୀ ଟ୍ରଷ୍ଟ’ର ସାଧାରଣ ପରିଷଦ ବୈଠକ ସହିତ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଚଣ୍ଡିଖୋଲ ନିକଟ ମହାବିନାୟକ ପୀଠ ପରିସରରେ ଆୟୋଜିତ ବୈଠକରେ ଟ୍ରଷ୍ଟ ପକ୍ଷରୁ ପୂର୍ବରୁ ଅନୁଷ୍ଠିତ ସମାଜ ସେବା କାର୍ଯ୍ୟ ସମ୍ପର୍କରେ ବିଭିନ୍ନ ଆଲୋଚନା କରାଯିବା ସହିତ ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ମନ୍ଦିର ପରିସରରେ ରହୁଥିବା ବଣ୍ୟ ପ୍ରାଣୀଙ୍କୁ ଖାଇବାକୁ ଦିଆଯାଇଥିଲା। ଏହି କାଯ୍ୟକ୍ରମରେ ଶିକ୍ଷା ବିତ ଶ୍ରୀଯୁକ୍ତ ଶଶଧର ପଣ୍ଡା ଯୋଗ ଦେଇ ଟ୍ରଷ୍ଟର ଗୁରୁ ଦାଇତ୍ୱ ଗ୍ରହଣ କରିଥିଲେ। ଏବଂ ନୂତନ କାଯ୍ୟ କର୍ତ୍ତା ଙ୍କୁ ଚୟନ କରାଯାଇଥିଲା। ଏହି ଅବସରରେ ଟ୍ରଷ୍ଟର ନୂତନ କର୍ମକର୍ତ୍ତା ନିର୍ବାଚିତ କରାଯାଇଥିଲା । ସଭାପତି ଭାବେ ବିଶିଷ୍ଟ ସମାଜସେବୀ ଶଶଧର ପଣ୍ଡା, ସଞ୍ଜୁଲତା ବାରିକ-କାର୍ଯ୍ୟକାରୀ ସଭାପତି, କୃପାସିନ୍ଧୁ ଦାସ -ଉପ ସଭାପତି, ଅଶ୍ୱିନ ବେହେରା- ସମ୍ପାଦକ, କାର୍ତିକ ଚନ୍ଦ୍ର ନାୟକ-କୋଷାଧକ୍ଷ, ଦୀପା ରାଣୀ ପଟ୍ଟନାୟକ, ଓ ଡଲି ସାହୁ, ରାଜ୍ୟ ସଂଯୋଜକ ଜବୀର ସା ଓ ପ୍ରଦିପ କୁମାର ରାୟ, ଉପଦେଷ୍ଟା ଭାବେ କେଶବ ଚନ୍ଦ୍ର ରାଉତ, ରମେଶ ଚନ୍ଦ୍ର ନାୟକ, ବସନ୍ତ କୁମାର ଦାସ, ରମେଶ ଚନ୍ଦ୍ର ବାରିକଙ୍କୁ ନିର୍ବାଚିତ କରାଯାଇଥିଲା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଆମର ଏହି ସଂଗଠନ ସମସ୍ତଙ୍କ ସେବାରେ ଅଛି ଓ ଆଗକୁ ଏମିତି ରହିବ ବୋଲି ନୂତନ ସଭାପତି ଶ୍ରୀ ପଣ୍ଡା କହିଥିଲେ । ଏହି କାଯ୍ୟକ୍ରମ ରେ ସଂଗଠନର ସଦସ୍ୟ ଓ ସଦସ୍ୟା ନୀଳାଦ୍ରି ଭୋଇ, ସ୍ଵାଗତିକା ମହାନ୍ତି, ନିରୁପମା ପୃଷ୍ଟି, ଶିବ ପ୍ରସାଦ ପଟ୍ଟନାୟକ, ପ୍ରବୀଣା ସେନାପତି,ଉର୍ମିଳା ସାହୁ ଓ ଅମୁଲ୍ୟ ବାରିକ ପ୍ରମୁଖ ଯୋଗ ଦେଇଥିଲେ ।