ଝାରବନ୍ଧ ବ୍ଲକକୁ ଜିଲ୍ଲାପାଳଙ୍କ ଗସ୍ତ ଓ ଅଭିଯୋଗ ଶୁଣାଣି ଶିବିର

ବରଗଡ଼, ଝାରବନ୍ଧ ବ୍ଲକ
ରିପୋର୍ଟ :-ଫକୀର ଦୀପ Dt-3-3-25

ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକକୁ ଜିଲ୍ଲାପାଳ ଶ୍ରୀମାନ ଆଦିତ୍ୟ ଗୋୟେଲଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କୁ ନେଇ ଝାରବନ୍ଧ ବ୍ଲକର ସଭା ଗୃହରେ ଏକ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଥିଲା l ଝାରବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପର୍ଶୁରାମ ପଣ୍ଡା ଓ ଝାରବନ୍ଧ ମାଜିଷ୍ଟେଟ /ତହସିଲଦାର ଶ୍ରୀ ଅଲେଖ ଘୁଟାଙ୍କ ସମେତ ଜିଲ୍ଲା ପରିଷଦ ଜିଲ୍ଲା ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁନାଲ ମୋତିରାମ ଚୌହାନ, ଡେପୁଟି ଜିଲ୍ଲାପାଳ ନିତୁଶ୍ରୀ ମେହେର,, ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରୀ ଆଶୁତୋଷ ହୋତା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମୃତପାଳ କୌର ଆହୁରି ଯୋଗ ଦେଇଥିଲେ l ବ୍ଲକ ଉନ୍ନତି ମୂଳକ ଜଳସେଚନ ବିଦ୍ୟୁତ ଯୋଗାଣ ପାନୀୟ ଜଳ ଯୋଗାଣ ବିକଳାଙ୍ଗ ଓ ବାର୍ଦ୍ଧକ୍ୟ ଭତ୍ତା ରାସ୍ତା ନିର୍ମାଣ କୃଷି ଓ ଖାଉଟି କାର୍ଡ ଇତ୍ୟାଦି ସମସ୍ୟାର ସମାଧାନ ଦିଗରେ ଶିବିର ଅନୁଷ୍ଠିତ ହୋଇଥିଲା l ସୂଚନା ମତେ ସମୁଦାୟ 94 ଜଣ ଅଭିଯୋଗ ଜଣାଇଥିଲେ l ସେଥି ମଧ୍ୟରୁ 81ଗୋଟି ବ୍ୟକ୍ତିଗତ ଓ 13ଗୋଟି ସାମୁହିକ ସମସ୍ୟା ଉପରେ ଅଭିଯୋଗ ଶୁଣାଣିରେ ଭାଗ ନେଇଥିଲେ l ସମସ୍ତ ସମସ୍ୟା ଅଭିଯୋଗର ଯଥାଶୀଘ୍ର ସମାଧାନ କରିବା ପାଇଁ ଅଧିକାରୀମାନେ ଜିଲ୍ଲାପାଳଙ୍କ ଆଦେଶ ରଖିବା ପାଇଁ କର୍ମ ତତ୍ପର ହେବା ସହିତ ନିଶ୍ଚିତତା ପ୍ରତିଶୃତି ଦେଇଛନ୍ତି l

Leave a Reply

Your email address will not be published. Required fields are marked *