ମହାଶିବ ରାତ୍ରି

ମହା ଶିବରାତ୍ରୀ ଆଜି
ମହା ଶିବରାତ୍ରୀ
ଦ୍ଵୀପ ଟିଏ ଜାଳି ବାକୁ
ମନ୍ଦୀର ଆସିଛି
କେତେ ମାନସିକ ଆଉ
କେତେ ଯେ କାହାଣୀ
ବଖାଣିବି ରାତିସାରା
ହେ ପାର୍ବତୀ ପତି
ମହା ଶିବରାତ୍ରୀ ଆଜି ମହା ଶିବରାତ୍ରୀ ——
ତୋ ଦୁଆରୁ କେହି କେବେ
ଖାଲି ହାତେ ଫେରେନି,
କ୍ଷୀର କଦଳୀ ନଡ଼ିଆ
ସାଙ୍ଗରେ ଆଣିଛି
ଗଈସ ଅରଖ ଚମ୍ପା
ମାଳ ମୁଁ ଗୁନ୍ଥିଛି
ମହା ଶିବରାତ୍ରୀ ଆଜି —–

ଛୋଟା କୁଜା କଣା କେମ୍ପା
ସଭିଏଁ ଆସନ୍ତି
ବୃଷଭ ର କାନେ କାନେ
ଗୁପତେ କୁହନ୍ତି
କଞ୍ଚା କ୍ଷୀର ଗଞ୍ଜେଇ ର
ଭାଙ୍ଗ ଯେ ପିଆନ୍ତି
ମହା ଶିବରାତ୍ରୀ ଆଜି —–
ଜାଗର ଭିଡ ଭିତରେ
ତୋତେ ମୁଁ ଖୋଜୁଛି
ଧନ ମାନ ଲୋଡ଼ା ନାହିଁ
ଦେ ଟିକେ ଶାନ୍ତି
ମହା ଶିବରାତ୍ରୀ ଆଜି —–
ମାଟି ଦ୍ଵୀପ ଟିଏ ନେଇ
ମନ୍ଦିର ଆସିଛି
ଓଁ କାର ଶବଦେ ଆଜି
ଗଗନ କମ୍ପୁଛି
ମହା ଶିବରାତ୍ରୀ ଆଜି —–
ଶୁଣିବ ମୋ ଡାକ ମନେ
ଆଶା ମୁଁ ବାନ୍ଧିଛି
ମନ୍ଦିର ପ୍ରାଙ୍ଗଣେ ବସି
କରୁଛି ମୁଁ ସ୍ତୁତି
ମହା ଶିବରାତ୍ରୀ ଆଜି —–
—–++++++++++——
ନିରୁପମା ସ୍ୱାଇଁ
ବାରିପଦା ମୟୂରଭଞ୍ଜ

Leave a Reply

Your email address will not be published. Required fields are marked *