

କଟକ :: କଟକ ସଦର ଅନ୍ତର୍ଗତ ନିମେଇଶାପୁର ପଞ୍ଚାୟତ ଦିଘି ଠାରେ ଥିବା ବାପୁଜୀ ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ଦ୍ବିତୀୟ ବାର୍ଷିକ ଏକ ଦିବସୀୟ ପ୍ରକାଶ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠ ଗୋଟି ଫୁଟବଲ ଟିମ୍ ଭାଗ ନେଇଥିବାବେଳେ ଫାଇନାଲ ରେ ପ୍ରତାପ ନଗରି କୁ ୩/୦ ଗୋଲରେ ପରାସ୍ତ କରି କଟକ ସାଇ ରାମ୍ ମର୍ଣ୍ଣିଙ୍ଗ୍ କ୍ଲବ ଚମ୍ପିୟାନ ହୋଇଥିଲା। ଏହି ଅବସରରେ କ୍ଲବର ସଭାପତି ପ୍ରଶାନ୍ତ ଦାସଙ୍କ ସଭାପତିତ୍ବ ଓ ଆୟତପୁର ସରପଂଚ ରାକେଶ ବେହେରାଙ୍କ ସଂଯୋଜନାରେ ଆୟୋଜିତ ପୁରସ୍କାର ବିତରଣ ସଭାରେ କଟକ ସଦର ବିଧାୟକ ଇଂଜିନିୟର ପ୍ରକାଶ ଚନ୍ଦ୍ର ସେଠୀ, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଅତିଥି ଭାବେ ଯୋଗଦେଇ ବିଜେତା ଟିମ୍ ଓ ଉପ ବିଜେତା ଟିମ୍ କୁ ଟ୍ରଫି ସହିତ ଅର୍ଥ ରାଶି ପ୍ରବାଦ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, ସଂପାଦକ ଡାକ୍ତର ଦେବଦତ୍ତ ନନ୍ଦ,ନିମେଇଶାପୁର ସରପଂଚ ଯୌଷ୍ନାରାଣୀ ରାଉତ, ଫକିରପଡା ସରପଂଚ ମିଲି ସେଠୀ, ପରମହଂସ ସରପଂଚ ଅଶୋକ ପାତ୍ର, ଗତିରାଉତପାଟଣା ସରପଂଚ ସୋନାଲି ପ୍ରଧାନ,ସମର ବେହେରା,ରଜନୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। କ୍ଲବ ର ସଂପାଦକ ମନୋରଂଜନ ଦାସ ବାର୍ଷିକ ବିବରଣୀ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଖେଳ ପଡ଼ିଆରେ ଅତିଥି, ଖେଳାଳି ଓ ଦର୍ଶକ ମାନଙ୍କ ପକ୍ଷରୁ ସ୍ୱର୍ଗତ ପ୍ରକାଶ ଦାସ ଙ୍କ ଆତ୍ମା ର ସଦଗତି ପାଇଁ ନିରଵ ପ୍ରାର୍ଥନା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ ଦାସ, ସତ୍ୟ ଜିତ୍ ମହାନ୍ତି, ବିଶ୍ବଭୂଷଣ ଦାସ, ସହିତ ଅନେକ ଖେଳ ପ୍ରେମି ସଭାରେ ଉପସ୍ଥିତ ରହି ସଭାକାର୍ଯ୍ୟ ଭାଗ ନେଇଥିଲେ।