ବିଶ୍ଵ ମାତୃଭାଷା ଦିବସ

ଆହା କି ସୁନ୍ଦର
ଓଡ଼ିଶା ଆମର
ଓଡ଼ିଆ ଆମର ଭାଷା
ଓଡ଼ିଆ ଭାଷା ରେ
ଆମେ ପରିଚିତ
ସେ ଆମ ମାତୃଭାଷା
ଡରିବାନି କେବେ
ହାରୀ ବାନି କେବେ
ମନରେ ଭରି ସାହସ
ଆଜି ପରା ବିଶ୍ଵ ମାତୃଭାଷା ଦିବସ —
ମଧୁ ବର୍ଣ୍ଣବୋଧ ଆଉ
ଅ ଆ ପାଠ
ଆମକୁ ଗଢି ତୋଳିଛି
ସମାଜ ରେ କରି ଶ୍ରେଷ୍ଠ
ଖଡ଼ି ଛୁଇଁ ଥିଲେ କହି
ବ୍ରହ୍ମା ବିଷ୍ଣୁ ମହେଶ୍ୱର
ସକାଳ ସଞ୍ଜରେ ପଢ଼ାହୁଏ
ଘରେ ଗୀତା ଭଗବତ
ଆଜି ପରା ବିଶ୍ଵ ମାତୃଭାଷା ଦିବସ —
ଓଡ଼ିଆ ଭାଷା ର ସ୍ରଷ୍ଟା ଥିଲେ
ଫକୀର ମୋହନ
ସାହିତ୍ୟ ଓ ସଂସ୍କୃତି କୁ
ଦେଇଥିଲେ ଜୀବଦାନ
ତାଙ୍କ ପଦ ତଳେ ମଥା
କରିବାରେ ନତ
ଆଜି ପରା ବିଶ୍ଵ ମାତୃଭାଷା ଦିବସ —
ମାତୃ ଭାଷା ଦିବସରେ
ନେବା ଆମେ ଶପଥ
ଆମ ଭାଷା କୁ ବଞ୍ଚେଇ ରଖିବା
ହେବ ଆମ ଜୀବନ ର ବ୍ରତ
ଯାହା ପାଇଁ ଆମେ ଆଜି
ଦେଶ ବିଦେଶ ରେ ପରିଚିତ
ଆଜି ପରା ବିଶ୍ଵ ମାତୃଭାଷା ଦିବସ —
——————–
ନିରୁପମା ସ୍ୱାଇଁ
ବାରିପଦା

Leave a Reply

Your email address will not be published. Required fields are marked *