
ଛତ୍ରପୁର: ୨୧/୦୨/୨୫
(ମିଥୁନ ବାରିକ୍)
ଛତ୍ରପୁର : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆର୍ନ୍ତଜାତୀୟ ମାତୃଭାଷା ଦିବସ ପାଳନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ମାତୃଭାଷା ଆଚାର୍ଯ୍ଯା ଶ୍ରୀମତୀ ବିଶ୍ବଜିତ୍ ବରାଳ ଦେଇ ମାତୃଭାଷା ପ୍ରତି ଆମର ଅନୁରକ୍ତି ଓ ସ୍ବତନ୍ତ୍ରତାର ପରିଚିତ କରାଇଥିଲେ। ପ୍ରଧାନାଚାର୍ଯ୍ୟ ଶ୍ରୀରବୀନ୍ଦ୍ରନାଥ ଦାଶ ଅଧ୍ୟକ୍ଷତା ସହିତ ସ୍ବାଗତ ଭାଷଣ ଦେଇଥିଲେ। ବରିଷ୍ଠ ଆଚାର୍ଯ୍ଯ ଶ୍ରୀ ଟି ସୁରେଶ କୁମାର ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ମାତୃଭାଷା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶିଶୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା
କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ,ଆଚାର୍ଯ୍ୟା ଓ ଶିଶୁ ଉପସ୍ଥିତ ଥିଲେ।