ଗତ ସଂସ୍କରଣର ରନର୍ସଅପ୍ ସମ୍ବଲପୁର ୱାରିଅର୍ସର ନଜର ଏଥର ଟାଇଟଲ୍ ଉପରେ

କଟକ/ସମ୍ବଲପୁର, ୧୪ ସେପ୍ଟେମ୍ବର ୨୦୨୬: ଗତ ସଂସ୍କରଣରେ ଟାଇଟଲ୍‌ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଯାଇଥ‌ିବା ସମ୍ବଲପୁର ୱାରିଅର୍ସ ଏଥର ଓଡ଼ିଶା T20 ଲିଗ୍‌ରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ।

ଅଧୂନାୟକ ଗୌରବ ଚୌଧୁରୀ ଏବଂ ପୂର୍ବତନ ଭାରତୀୟ ଅନ୍ତର୍ଜାତୀୟ କ୍ରିକେଟର୍ ତଥା ମୁଖ୍ୟ ପ୍ରଶିକ୍ଷକ ସଞ୍ଜୟ ରାଉଳଙ୍କ ନେତୃତ୍ୱରେ ସମ୍ବଲପୁର ଖାରିଅର୍ସ ସେପ୍ଟେମ୍ବର ୨୦ରେ କଟକର ବାରବାଟୀ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିୟନ୍ କଟକ ପାତ୍ରର୍ସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଗତ ସଂସ୍କରଣର ଫାଇନାଲ୍‌ରେ ମଧ୍ଯ ଏହି ଦୁଇ ଦଳ ମୁହାଁମୁହିଁ ହୋଇଥିଲେ।

ଗତ ଋତୁରେ ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିବାର ଅଭିଜ୍ଞତା ଦଳକୁ ଆତ୍ମବିଶ୍ବାସ ଦେଇଛି। ତେବେ ଦଳ ପରିଚାଳନାର ମତରେ, ଏଥର ସେହି ଅଭିଜ୍ଞତାକୁ ଟୁର୍ଣ୍ଣାମେଣ୍ଟ ସାରା ନିରନ୍ଧର ଭଲ ପ୍ରଦର୍ଶନରେ ପରିଣତ କରିବା ହିଁ ମୁଖ୍ୟ ଚ୍ୟାଲେଞ୍ଜ

ସମ୍ବଲପୁର ୱାରିଅର୍ସର ମାଲିକ ତା. ବିନୀତ କୁମାର ବର୍ମା କହିଛନ୍ତି, “ଗତ ସଂସ୍କରଣ ଆମ ଦଳର ସାମର୍ଥ୍ୟ ଦେଖାଇଥିଲା। ଫାଇନାଲ୍‌କୁ ପହଞ୍ଚିବା ଏକ ବଡ଼ ସଫଳତା ଥିଲା, କିନ୍ତୁ ଏହା ଦଳ ମଧ୍ୟରେ ଶେଷ ପାଦଟି ଅତିକ୍ରମ କରିବାର ଭୋକକୁ ଆହୁରି ବଢ଼ାଇଛି। ସମ୍ବଲପୁରର କ୍ରୀଡ଼ାପ୍ରେମୀଙ୍କୁ ଗର୍ବିତ କରିପାରିବା ଭଳି ଏକ ଦଳ ଗଢିବା ଆମର ଲକ୍ଷ୍ୟ”

ପୂର୍ବତନ ଭାରତୀୟ ଅନ୍ତର୍ଜାତୀୟ କ୍ରିକେଟର୍ ତଥା ମୁଖ୍ୟ ପ୍ରଶିକ୍ଷକ ସଞ୍ଜୟ ରାଉଳ କହିଛନ୍ତି, “ଆମ ପାଖରେ ପ୍ରତିଭାଶାଳୀ ଖେଳାଳି ଅଛନ୍ତି । କିନ୍ତୁ ଚାପ ମଧ୍ୟରେ ଦଳ ଭାବେ କିପରି ପ୍ରଦର୍ଶନ କରୁଛୁ, ତାହା ହିଁ ଟୁର୍ଣ୍ଣାମେଣ୍ଟରେ ଫରକ ପକାଏ। ଶୃଙ୍ଖଳିତ ଓ ସକାରାତ୍ମକ କ୍ରିକେଟ୍ ଖେଳି ପ୍ରତ୍ୟେକ ମ୍ୟାଚକୁ ଅଲଗା ଭାବେ ନେବା ଏବଂ ଆବଶ୍ୟକ ସମୟରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ଆମର ଲକ୍ଷ୍ୟ।”

ଅଧୂନାୟକ ଗୌରବ ଚୌଧୁରୀ କହିଛନ୍ତି, “ଗତ ସଂସ୍କରଣରେ ଟାଇଟଲ୍‌ର ଏତେ ନିକଟକୁ ପହଞ୍ଚିବା ଆମକୁ ଆତ୍ମବିଶ୍ବାସ ଦେଇଛି। କିନ୍ତୁ ଏହା ଏକ ନୂଆ ଟୁର୍ଣ୍ଣାମେଣ୍ଟ ଏବଂ ଆମକୁ ପୁଣି ଆରମ୍ଭରୁ ଲଢିବାକୁ ହେବ। ସମ୍ବଲପୁରକୁ ପ୍ରତିନିତୁ କରୁଥିବାରୁ ଖେଳାଳିମାନଙ୍କ ମଧ୍ୟରେ ଏକ ବିଶେଷ ଦାୟିତ୍ବବୋଧ ରହିଛି । ଆମେ ନିଭୀକ କ୍ରିକେଟ୍ ଖେଳି ସମର୍ଥକମାନଙ୍କୁ ଖୁସି କରିବାକୁ ଚାହୁଁଛୁ।”

ଲିଗ୍ ପର୍ଯ୍ୟାୟରେ ସମ୍ବଲପୁର ୱାରିଅର୍ସ ସେପ୍ଟେମ୍ବର ୨୦ରେ କଟକ ପାନୁର୍ସ, ୨୧ରେ ରାଉରକେଲା ସୁପରଷ୍ଟାର୍ସ, ୨୨ରେ ଭୁବନେଶ୍ବର ଟାଇଗର୍ସ, ୨୪ରେ କେନ୍ଦୁଝର ମାଇନର୍ସ ଏବଂ ୨୭ରେ ପୁରୀ ଟାଇଟାନ୍ସକୁ ଭେଟିବ।

ଓଡ଼ିଶା T20 ଲିଗ୍ ୨୦୨୬ – CM ଟ୍ରଫି ସେପ୍ଟେମ୍ବର ୨୦ରୁ

Leave a Reply

Your email address will not be published. Required fields are marked *