ମଣ୍ଡପ ବୁଲି ଆଶୀର୍ବାଦ ନେଲେ ଜିଲ୍ଲାପାଳ


ରାଜଗାଙ୍ଗପୁର ୧୬/୦୯.୨୦୨୬ (କ.ବ୍ୟୁ.) : ରାଜଗାଙ୍ଗପୁରର ବିଭିନ୍ନ ଗଣେଶ ପୂଜା ମଣ୍ଡପ ବୁଲି ବିଘ୍ନହର୍ଭାଙ୍କ ଆଶୀର୍ବାଦ ଲାଭକଲେ ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର। ଜିଲ୍ଲାପାଳଙ୍କ ସହ ରାଉରକେଲା ଡିଏଫଓ ରବିକାନ୍ତ ମିନା ଉପସ୍ଥିତ ରହିଥିଲେ। ଏହି ଅବସରରେ ଜିଲ୍ଲାପାଳ ଡିଏଫଓଙ୍କୁ କମ୍ୟୁନିଟି ସଣ୍ଟରର କେନ୍ଦ୍ରୀୟ ପୂଜା କମିଟି ଟି ସଭାପତି ରମେଶ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ, ଶେଖର ଦଧୂଚି, ସୁନୀଲ ଅଗ୍ରୱଲ ପ୍ରମୁଖ ଅଞ୍ଚଳବାସୀ ପ୍ରମୁଖ ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରିଥିଲେ। ଜିଲ୍ଲାପାଳ ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି ସହ ବ୍ୟାପର ବାଣିଜ୍ୟରେ ସମସ୍ତେ ଉନ୍ନତି କରନ୍ତୁ ବୋଲି ଗଜାନନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହା ଉପରନ୍ତେ ଜିଲ୍ଲାପାଳ ଅନ୍ୟାନ୍ୟ ମଣ୍ଡପ ବୁଲି ଗଜାନନଙ୍କ ଦର୍ଶନ କରିଥିଲେ। ଏହି ସମୟରେ ରାଜଗାଙ୍ଗପୁର ଥାନା ଅଧୁକରୀ ବିଜୟ କିଶୋର ଦାଶ ମଧ୍ୟ ଉପସ୍ଥିତ ଥିଲେ। ଅପରପକ୍ଷେ ରାଜଗାଙ୍ଗପୁର ସହରରେ ଚଳିତବର୍ଷ ପ୍ରାୟ ୧୦୦ ପୂଜା ପେଣ୍ଡାଲରେ ଗଜାନନ ପୂଜା ପାଉଥିବା ବେଳେ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲକୁଛି ବିଭିନ୍ନ ଅଞ୍ଚଳ। ଜନସମାଗମକୁ ଦୃଷ୍ଟିରେ ରଖ୍ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *