ଆରମ୍ଭ ହେଲା କଇଁଛ ଗଣ ଅଣ୍ଡାଦାନହଜାର ହଜାର କଇଁଛ ଉଠିଲେ ବାଲିକୁ।

ଗଞ୍ଜାମ :୧୭.୦୨.୨୫

(ମିଥୁନ ବାରିକ୍)

ଛତ୍ରପୁର : ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଚ ଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ୱତନ୍ତ୍ର ସ୍ଥାନ ଭାବେ ପରିଚିତ
ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଅଲିଭ ରିଡଲେ ଙ୍କ ସାମୂହିକ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ ହୋଇଛି l ଦକ୍ଷିଣା ପବନ ର ପ୍ରଭାବ ଓ଼ ଚନ୍ଦ୍ରଆଲୋକ ର ବିଛୁରିତ ଜ୍ୟୋସ୍ନା ପ୍ରଭାବରେ ରବିବାର ବଢ଼ି ଭୋର ସମୟରୁ ହଜାର ହଜାର ସଂଖ୍ୟାରେ ସାମୁଦ୍ରିକ କଇଁଚ ସମୁଦ୍ରର ନୀଳ ଜଳ ରାଶୀ ମଧ୍ୟରୁ ବେଳାଭୁମି ଉପରକୁ ଉଠିଆସି ଗଞ୍ଜାମ ବ୍ଲକ ର ନୁଆଁ ପୋଡ଼ମପେଟା ଠାରୁ ପୁରୁଣା ପୋଡ଼ମପେଟା ତଥା ବଟେଶ୍ୱର ମନ୍ଦିର ବେଳାଭୂମି ମଧ୍ୟରେ ଗଣ ଅଣ୍ଡାଦାନ କରିଥିଲେ l ପ୍ରଥମ ପର୍ଯ୍ୟୟରେ ୧୧,୩୯୦ ଗୋଟି ମାଇ କଇଁଚ ଗଣ ଅଣ୍ଡାଦନ କରିଥିବା ବନ ବିଭାଗ ଗଣ ମାଧ୍ୟମ କୁ ସୂଚନା ଦେଇଛି l ବିଶେଷ କରି ଏହି ବିରଳ ପ୍ରଜାତିର କଇଁଚ ମାନେ ବେଳାଭୂମି ଉପରେ ସେମାନଙ୍କ ପଛ ପାର୍ଶ୍ୱରେ ରହିଥିବା ଦୁଇଟି ଗୋଡ଼ ସାହାଯ୍ୟରେ ଗର୍ତ୍ତ କରିବା ପରେ ଅଣ୍ଡାଦାନ କରିବା ପରେ ପୁଣି ସେହି ସ୍ଥାନକୁ ସେହି ପଛ ପାର୍ଶ୍ୱରେ ରହିଥିବା ଗୋଡ଼ ସାହାଯ୍ୟରେ ଘୋଡାଇ ଦେଇ ନିଜ ଶରୀର ସାହାଯ୍ୟରେ ସେହି ସ୍ଥାନକୁ ବାଡେଇ ଶକ୍ତ କରିଦେବା ପରେ ପୁଣି ସମୁଦ୍ର ମଧ୍ୟକୁ ଗୁରୁଣ୍ଡି ଗୁରୁଣ୍ଡି ଚାଲିଯାଇଥାନ୍ତି l ଗତ ବର୍ଷ ଗଣ ଅଣ୍ଡାଦାନ ହୋଇନଥିବା ବେଳେ ଚଳିତ ବର୍ଷ ନିର୍ଦ୍ଧାରିତ ସମୟରେ ଗଣ ଅଣ୍ଡାଦାନ ହୋଇଥିବାରୁ ପର୍ଯ୍ୟଟକ, ବନ ବିଭାଗ, ପରିବେଶ ବିତ ଓ଼ ସ୍ଥାନୀୟ ଅଂଚଳବାସୀ ଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଛି l ଅନ୍ୟପଟେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କୁ ବନ ବିଭାଗ ପକ୍ଷରୁ କଡାକଡ଼ି କରାଯାଇଥିବା ଦେଖିବାକୁ ମିଳିଛି l

Leave a Reply

Your email address will not be published. Required fields are marked *