ସ୍ତ୍ରୀ ର ଚାକୁ ମାଡ଼ରେ ସ୍ଵାମୀ ଗୁରୁତର

କେସିଙ୍ଗା,ତା 13.02.25

କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ର ୱାର୍ଡ ନ ୯ ଜଗନ୍ନାଥ ପଡ଼ା ଠାରେ ବୁଧବାର ପ୍ରାୟ ୪.୩୦ ମି ସମୟରେ ଏକ ଅଭାବନୀୟ ଘଟଣା ଘଟି ସ୍ତ୍ରୀ ତା ସ୍ୱାମୀକୁ ଗଳାରେ ଚାକୁ ମାରି ଘାଇଲା କରିଥିବା ଅଭିଯୋଗ ହୋଇଛି।ସୂଚନା ଅନୁଯାଇ ରାମକୃଷ୍ଣ କୈବର୍ତ୍ତ କେସିଙ୍ଗା ଜଗନ୍ନାଥ ପଡ଼ା ସ୍ଥିତ କୈବର୍ତ୍ତ ପଡ଼ାରେ ରହି ମାଛ ମାରି ମାଛ ବିକ୍ରୀକରି ନିଜ ପରିବାର ପୋଷନ୍ତୀ ପରିବାର କହିଲେ ଦୁଇ ପୁଅ ଗୋଟେ ଝିଅ ଓ ସ୍ତ୍ରୀ।ରାମକୃଷ୍ଣ କହିବା ଅନୁସାରେ ତାଙ୍କ ସ୍ତ୍ରୀ ତାଙ୍କୁ ଚାକୁ ମାରି ଘାଇଲା କରିଛି ଓ ୧୪ ବର୍ଷ ର ପୁଅ ସ୍କୁଲ ରୁ ଆସି ବାପା ମା ଙ୍କ ଝଗଡା କଥା ଶୁଣି ବିଷ ପିଇ ଦେଇଛି। ପୁଅ ବର୍ତ୍ତମାନ ଭଲ ଥିବା ବେଳେ ରାମକୃଷ୍ଣ ଙ୍କୁ ଜିଲ୍ଲା ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି। ଏଠାରେ ଆଉ ଗୋଟିଏ କଥା କହିରଖୁଛୁ ଯେ ଏମିତି ଏହି ସ୍ଵାମୀ ସ୍ତ୍ରୀ ତିନିମାସ ପୂର୍ବେ ଝଗଡା ଲାଗି ସେହି ସ୍ତ୍ରୀ ରାମକୃଷ୍ଣ ର ବେକରେ ଟାଙ୍ଗିଆରେ ଆକ୍ରମଣ କରି ଘାଇଲା କରିଥିବା ଦେଖାଯାଇଥିଲା।ସେତେବେଳେ ମଧ୍ୟ ରାମକୃଷ୍ଣ ସ୍ତ୍ରୀ ନାମରେ ଅଭିଯୋଗ ଆଣିଥିଲେ ଓ ଆଜି ମଧ୍ୟ ରାମକୃଷ୍ଣ ସ୍ତ୍ରୀ ମାରିଥିବା ଅଭିଯୋଗ କରିଛନ୍ତି।ହେଲେ ସ୍ତ୍ରୀ ସେତେବେଳେ ମଧ୍ୟ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ ଓ ଆଜି ମଧ୍ୟ ସେ ନିଜକୁ ନିର୍ଦ୍ଦୋଷ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।ଘଟଣା ସ୍ଥଳରେ ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର ନିଜେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଥିବା ଦେଖାଯାଇଛି।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *