ଛାଡପତ୍ର

କେତେ ଆଶା କେତେ ସପନ ନେଇ
ଗଢି ଥିଲେ ବାଲିଘର ସଜେଇ
ଆମେ ଦୁହେଁ ପଥପ୍ରାନ୍ତ
ଆଲୋକ ମାଳାରେ ବାଜା ବାଇଦ ରେ
ଆସିଥିଲ ତୁମେ ବର ସାଜି ତ
ସବୁ ଛଡେଇ ନେଲା ଏ ଛାଡପତ୍ର ———-
ଅଗ୍ନି ର ହୋମ ନିଆଁ
ବ୍ରାହ୍ମଣ ର ମନ୍ତ୍ର
ଗୁରୁ ଗୁରୁଜନଙ୍କର ଶୁଭ ଆଶ୍ରିବାଦ
ଟିକେ ଭୁଲ୍ ବୁଝାମଣା ପାଇଁ
ହୋଇ ଗଲା ବର୍ ବାଦ
ସବୁ ଛଡେଇ ନେଲା ————
ପୁଅ ବି ଶୁଣୁନି ଝିଅ ବି ଶୁଣୁନି
ହେଉଛି ବାକ୍ ଯୁଧ୍ୟ
କୁଳବଧୂ ଆଜି କଚେରୀ ଯାଉଛି
ନାହିଁ ଲାଜ ସରମ ତ
ସବୁ ଛଡେଇ ନେଲା ———
ଆଧୁନିକ ଶିକ୍ଷା ଯୋଗ୍ୟତା ମାପେ
ଗଢି ହୁଏନି ଚରିତ୍ର
ସଂସ୍କାର ବିହୀନ ପୁଅ ଝିଅ ଆଜି
ରଙ୍ଗ ବଦଳେଇବାରେ ବ୍ୟେସ୍ତ
ସବୁ ଛଡେଇ ନେଲା ———–
ଫେରି ଆସୁ ସେହି
ଗୁରୁକୂଳ ଶିକ୍ଷା
ସୀତା ସାବିତ୍ରୀ ଙ୍କ ବ୍ରତ
ପୁଣ୍ୟ ନଗରୀ ସାଜି ଉଠୁ ପୁଣି
ଆମ ଦେଶ ଭାରତ
ଆମ ଦେଶ ଭାରତ
ସବୁ ଛଡେଇ ନେଲା ଏ ଛାଡ଼ପତ୍ର ——-
———–end——————–
Nirupama Swain
Baripada

Leave a Reply

Your email address will not be published. Required fields are marked *