କଲେଜ୍ ପ୍ରତିଷ୍ଠାତା ଙ୍କ ୧୧୪ତମ ଜନ୍ମ ବାର୍ଷିକୀ ପାଳିତ।

ଚଣ୍ଡିଖୋଲ ୯/୨(କ ବ୍ୟୁ,) :: ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସ୍ୱର୍ଗତ ଶିରୋମଣି ବିଷ୍ଣୁ ଚରଣ ସାମନ୍ତରାୟ ଙ୍କ ୧୧୪ତମ ଜନ୍ମ ବାର୍ଷିକୀ ମହାବିଦ୍ୟାଳୟ ର ମୂକ୍ତ ପ୍ରେକ୍ଷାଳୟ ଠାରେ ଅନୁଷ୍ଟିତ ହେଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ମୋହନ ମାହାଲା ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଅବସର ପ୍ରାପ୍ତ ଭରତୀୟ ପ୍ରଶାସନିକ ସେବା ଅଧିକାରୀ ହର ପ୍ରସାଦ ଦାସ୍ ମୂଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଫେସର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ରେଭେନ୍ସା ବିଶ୍ଵବିଦ୍ୟାଳୟ ର ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଯୋଗଦେଇ ଗ୍ରାମାଞ୍ଚଳରେ, ଶିକ୍ଷା ,ସ୍ବାସ୍ଥ୍ୟ , ଗମନlଗମନ କ୍ଷେତ୍ରରେ ସ୍ବର୍ଗତ ସାମନ୍ତରାୟ ଙ୍କ ଅବଦାନ ର ପ୍ରଶଂସା କରିଥିଲେ। ଅଧ୍ୟାପକ ପ୍ରଦୀପ କୁମାର ବରାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରlଧ୍ୟାପକ ପ୍ରମୋଦ କୁମାର ଖଣ୍ଡାୟୀ ମହାବିଦ୍ୟାଳୟର ଇତିହାସ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ମହାବିଦ୍ୟାଳୟ ସଂସ୍କୃତି ପରିଷଦ ପକ୍ଷରୁ+୨ ଓ+୩ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଟିତ ବକ୍ତୃତା, ପ୍ରବନ୍ଧ, ନୃତ୍ୟ, ସଙ୍ଗୀତ ଓ ଏକକ ଅଭିନୟ ରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ମଧ୍ୟରେ ହୋଇଥିବା କ୍ରୀଡ଼ା ପ୍ରତିଯୋଗିତା ରେ ବିଜୟୀ ମାନଙ୍କୁ ପୁରସ୍କୃତ କରlଯାଇଥିଲା। ପ୍ରାରମ୍ଭରେ ମହାବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ସ୍ୱର୍ଗତ ବିଷ୍ଣୁ ଚରଣ ସାମନ୍ତରାୟ ଙ୍କ ପ୍ରତିମୂର୍ତ୍ତୀରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *