ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲ ଛାତ୍ର ଛାତ୍ରୀ। ଗେଟରେ ତାଲା ପକାଇଲେ ଛାତ୍ରୀଛାତ୍ର ଓ ଅଭିଭାବକ ।

ଛତ୍ରପୁର : ୦୯.୦୨.୨୫

(ମିଥୁନ ବାରିକ୍)

ଛତ୍ରପୁର -ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଓ ଗଣିତ ଶିକ୍ଷକ ଦିବ୍ୟସିଂହ ପଲାଇଙ୍କ ବଦଳି ହୋଇଯାଇଛି l ଯାହାକୁ ନେଇ ଛତ୍ରୀଛାତ୍ର ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେବା ସହ ଶନିବାର ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ l ଶିକ୍ଷକଙ୍କ ବଦଳି ବାତିଲ କରିବାକୁ ସ୍ଲୋଗାନ ଦେଇଥିଲେ l ଫଳରେ ଶିକ୍ଷକ ମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା l ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଗୃହ ଥିବା ବେଳେ ତିନିଜଣ ଶିକ୍ଷକ ନିଯୁକ୍ତି ଥିଲେ l ସ୍କୁଲ ପରିଚାଳନା କମିଟି ପକ୍ଷରୁ ବାରମ୍ବାର ଦାବି ପରେ ଗତ କିଛି ମାସ ତଳେ ଜଣେ ଶିକ୍ଷକଙ୍କୁ ଏଠାରେ ନିଯୁକ୍ତ କରିଥିଲେ ବ୍ଲକ ଶିକ୍ଷା ବିଭାଗ l ଗଣିତ ଏବଂ ବିଜ୍ଞାନ ଭଳି ଗୁରୁତ୍ୱ ପୂର୍ଣ୍ଣ ବିଭାଗୀୟ ଶିକ୍ଷକଙ୍କୁ ବଦଳି କରିଲେ ପିଲାମାନେ କିଭଳି ଶିକ୍ଷା ଲାଭ କରିବେ ବୋଲି ପରିଚାଳନା କମିଟି ସଭାପତି ଶବର କୁମାର ତରାଇ ପ୍ରଶ୍ନ କରିଛନ୍ତି l ଯଦି ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସ୍କୁଲ ପରିଚାଳନା କମିଟି ପକ୍ଷରୁ ବୃନ୍ଦାବନ ପ୍ରଧାନ,ଧନୁ ସାହୁ,ଅଜୁ ପ୍ରଧାନ, ବିଷ୍ଣୁ ସାହୁ, ଲିଟନ ପ୍ରଧାନ, ପିଣ୍ଟୁସାହୁ ,ବିଭୁ ତାରାଇ, ବାବୁଲା ସାହୁ, ଟୁକୁନା ସାହୁ, ରମେଶ ସାହୁ ସମେତ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *