


କଟକ :: ଆଜି ତା ୦୭ ରିଖ କଟକ କଲ୍ୟାଣୀ ନଗର ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ “ସଂଗୀତା ଶତପଥୀ ମେମୋରିଆଲ ଟ୍ରଷ୍ଟ” ଆନୁକୂଲ୍ୟରେ “ଜେ.ପି.ଏମ . ରୋଟାରି ଚକ୍ଷୁ ହସ୍ପିଟାଲ” ସହାୟତାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି।ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଫେଡେରେସନ ଅଫ ଇଣ୍ଡିଆନ ବ୍ଲଡ଼ ଡୋନରସ ଅର୍ଗାନାଇଜେସନ୍ସ ର ଜାତୀୟ ଉପସଭାପତି ଡ଼କ୍ଟର ପ୍ରଶାନ୍ତ କୁମାର ଦାଶ ଉଦଘାଟନ କରିଥିଲେ। ଏଥିରେ ସ୍ଥାନୀୟ କର୍ପୋରେଟର ସୌଭାଗିନୀ ଜେନା ଓ ଅରବିନ୍ଦ ଜେନା, ସାଇ ମନ୍ଦିର ପରିଚାଳନା କମିଟି ର ବରିଷ୍ଠ କର୍ମକର୍ତା ମନୋରଞ୍ଜନ ଗୋଛାୟତ ଓ ମନୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଟ୍ରଷ୍ଟ ର ମୁଖ୍ୟ କୃଷ୍ଣ ପ୍ରସାଦ ଶତପଥୀ ଙ୍କ ପ୍ରତେକ୍ଷ୍ୟ ତତ୍ଵାବଧାନ ରେ ଶିବିର ପରିଚାଳନା ହୋଇ ଥିଲା ,ଚକ୍ଷୁ ହସ୍ପିଟାଲ ର ଶିବିର ସଂଯୋଜକ ବିବେକାନନ୍ଦ ଦଳେଇ, ଡାକ୍ତର ଅମିତା ଦାସ, ସହଯୋଗୀ ବିନୋଦିନୀ ଦାଶ, ଆଇସା ଦାସ, ପ୍ରସଂଜିତ ମହାନ୍ତି ଶିବିରରେ ଆସିଥିବା ଏକ ସହ ରୁ ଉର୍ଦ୍ଧ ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା ଓ ପରାମର୍ଶ ପ୍ରଦାନ କରିଥିଲେ, ଏବଂ ୧୫ ଜଣ ମୋତିଆ ବିନ୍ଦୁ ଚିହ୍ନଟ ହୋଇଥିବା ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ହସ୍ପିଟାଲ କୁ ନେବାର ବ୍ୟବସ୍ଥା କରିଥିଲେ। ସେଥିରେ ଶାନ୍ତନୁ କୁମାର ରାଉତ,ନୀତୀଶ ଜେନା ଓ ଜୟଦେବ ମହାଲିକ,ମାନସ ସ୍ୱାଇଁ, ସୁଶାନ୍ତ ସ୍ୱାଇଁ ସହଯୋଗ କରିଥିଲେ।